କନକ ବ୍ୟୁରୋ : ନିନିଟ୍ ଓ ପିଜି କାଉନସେଲିଂ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଓବିସି ଏବଂ ଇଡବ୍ଲ୍ୟୁଏସ ଲାଗୁ ନେଇ ସ୍ପଷ୍ଟ କଲେ ସର୍ବୋଚ୍ଚ ନ୍ୟାୟାଳୟ । ସର୍ବଭାରତୀୟ କୋଟାରେ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣକୁ ମଂଜୁରୀ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ସହ ଇଡବ୍ଲ୍ୟୁଏସକୁ ୧୦ ପ୍ରତିଶତ ସଂରକ୍ଷଣକୁ ମଂଜୁରୀ ମିଳିଛି । ଓବିସିଙ୍କୁ ୨୭ ପ୍ରତିଶତ ଓ ଇଡବ୍ଲ୍ୟୁଏସକୁ ୧୦ ପ୍ରତିଶତ ସଂରକ୍ଷଣ ଠିକ୍ ବୋଲି କହିବା ସହ କାଉନସେଲିଂ ଆରମ୍ଭ କରିବା ପାଇଁ ଅନୁମତି ମାଗିଥିଲା କେନ୍ଦ୍ର । କୋର୍ଟ କହିଛନ୍ତି ଦେଶର ହିତ ପାଇଁ ନିଟ୍ ପିଜି କାଉନସେଲିଂ ଆରମ୍ଭ ହେବା ଜରୁରୀ ।
ନିଟ୍ ଓ ପିଜି କାଉନସେଲିଂ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ : ଓବିସି ଏବଂ ଇଡବ୍ଲ୍ୟୁଏସ ଲାଗୁ ନେଇ ସ୍ପଷ୍ଟ କଲେ ସର୍ବୋଚ୍ଚ ନ୍ୟାୟାଳୟ
/kanak/media/post_attachments/wp-content/uploads/2022/01/15-9.jpg)