ନିଟ୍ ୟୁଜି ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ରାୟ । ପୁର୍ନବାର ପରୀକ୍ଷା ଆୟୋଜନକୁ କୋର୍ଟଙ୍କ ନା, କାଲିଠାରୁ କାଉନସେଲିଂ

Advertisment
ନିଟ୍ ୟୁଜି ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ରାୟ । ପୁର୍ନବାର ପରୀକ୍ଷା ଆୟୋଜନକୁ କୋର୍ଟଙ୍କ ନା, କାଲିଠାରୁ କାଉନସେଲିଂ

କନକ ବ୍ୟୁରୋ : ନିଟ୍ ପେପର ଲିକ୍ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଶେଷ ହୋଇଛି। ପୁଣିଥରେ ନିଟ୍ ପରୀକ୍ଷା ନ କରିବାକୁ ସୁପ୍ରମିକୋର୍ଟ୍ କହିଛନ୍ତି। ପେପର ଲିକ୍ ହେବା ସତ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେବେ ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ପରୀକ୍ଷାରେ ତ୍ରୁଟିର ପର୍ୟ୍ୟାପ୍ତ ପ୍ରମାଣ ମିଳିନାହିଁ। ପୁଣିଥରେ ପରୀକ୍ଷା ପାଇଁ ଦାବି ଠିକ୍ ନୁହେଁ । ଏହା ୨୪ ଲକ୍ଷ ଛାତ୍ରଛାତ୍ରୀଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବାର ଆଶଙ୍କା ରହିଛି। ତେବେ ନିଟ୍ ପରୀକ୍ଷାର ଫଳାଫଳ ପୁଣି ଥରେ ଘୋଷଣା କରାଯିବ। ପେପରରେ ପଚରାଯାଇଥିବା ‘ଆଟମ୍’ର ନେଚରକୁ ନେଇ ଏକ ପ୍ରଶ୍ନ ବିଷୟରେ ଏହା ଘଟିଛି ଯେଉଁଥିରେ ୨ ଟି ସଠିକ୍ ଉତ୍ତର ଅଛି। ଆଇଆଇଟି ଦିଲ୍ଲୀର ରିପୋର୍ଟ ଅନୁଯାୟୀ, ବିକଳ୍ପ ୪ କୁ ସଠିକ୍ ଭାବରେ ବିଚାର କରି ପୁନର୍ବାର ଫଳାଫଳ ପ୍ରକାଶ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ସୋମବାର, ନିଟ୍ ପରୀକ୍ଷାରେ ଏକ ପ୍ରଶ୍ନ ଉପରେ ଆଲୋଚନା କରାଯାଇଥିଲା ଯେଉଁଥିରେ ୨ ଟି ସଠିକ୍ ଉତ୍ତର ଥିଲା । ଏକ ପିଟିସନରେ କୁହାଯାଇଛି ଯେ ଯେଉଁମାନେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ସେମାନେ ମାର୍କ ପାଇଛନ୍ତି। ପିଟିସନ ଦାଖଲ କରିଥିବା ଛାତ୍ରଛାତ୍ରୀ କହିଛନ୍ତି ଯେ ଆମେ ପ୍ରଶ୍ନର ସଠିକ୍ ଉତ୍ତର ଜାଣିଛୁ କିନ୍ତୁ ଦ୍ୱନ୍ଦ୍ୱ ଯୋଗୁଁ ଆମେ ଏହାକୁ ଛାଡ଼ି ଦେଇଥିଲୁ। ଏହି ବିଷୟରେ ସୁପ୍ରିମକୋର୍ଟ ଆଇଆଇଟି ଦିଲ୍ଲୀର ନିର୍ଦ୍ଦେଶକଙ୍କ ଅଧୀନରେ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ସର୍ବୋଚ୍ଚ ନ୍ୟାୟାଳୟ ମଙ୍ଗଳବାର ଅପରାହ୍ନ ପର୍ୟ୍ୟନ୍ତ ସମୟ ଦେଇଥିଲେ। ତଥ୍ୟ ଆସିବା ପରେ ପୁଣିଥରେ ନିଟ୍ ପରୀକ୍ଷା ନ କରିବାକୁ ସୁପ୍ରମିକୋର୍ଟ୍ କହିଛନ୍ତି । ଏଥସହିତ ପେପର ଲିକ ହୋଇଥିବା ସତ୍ୟ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe