କନକ ବ୍ୟୁରୋ: ନିଟ୍ ପ୍ରବେଶିକା ପରୀକ୍ଷା ପ୍ରଶ୍ନ ପତ୍ର ଲିକ ମାମଲାରେ ଓଡ଼ିଶାରୁ ଜଣଙ୍କୁ ଗିରଫ କରାଯାଇଛି। ଭୁବନେଶ୍ୱରରୁ ସୁଶାନ୍ତ ସାମନ୍ତଙ୍କୁ ସିବିଆଇ ଗିରଫ କରିଛି। ଶନିବାର ଦିନ ଭୁବନେଶ୍ୱରରୁ ସୁଶାନ୍ତ ସାମନ୍ତଙ୍କୁ ଗିରଫ କରାଯାଇଛି। ପ୍ରଶ୍ନ ପତ୍ର ଲିକ କରି ଏହା ବାଣ୍ଟିବାରେ ସୁଶାନ୍ତଙ୍କ ଭୂମିକା ରହିଥିବା ନେଇ ସିବିଆଇ ତାଙ୍କୁ ଗିରଫ କରିଛି। ଭୁବନେଶ୍ୱରରୁ ସୁଶାନ୍ତଙ୍କୁ ଗିରଫ କରାଯାଇ ପାଟନା ନିଆଯାଇ ସେଠାରେ କୋର୍ଟରେ ହାଜର କରାଯାଇଛି। ତେବେ ସିବିଆଇ ୧୦ଦିନ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ କୋର୍ଟ ୫ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି।
ନିଟ୍ ପ୍ରଶ୍ନପତ୍ର ଲିକ ମାମଲା : ଓଡ଼ିଶାରୁ ଜଣେ ଗିରଫ , ଭୁବନେଶ୍ୱରରୁ ସୁଶାନ୍ତ ସାମନ୍ତଙ୍କୁ ଗିରଫ କଲା ସିବିଆଇ
/kanak/media/post_attachments/wp-content/uploads/2024/08/15-3.jpg)