ଆସିଲା ନିଟର ନୂଆ ମେରିଷ୍ଟ ଲିଷ୍ଟ ତାଲିକା । ଗ୍ରେସମାର୍କ ପାଇଥିବା ୧୫୬୩ରୁ ପରୀକ୍ଷାର୍ଥୀ ଦେଇଥିଲେ ୮୧୩ଜଣ, ୬୭ରୁ ୬୧ ହେଲା ଟପ୍ପରଙ୍କ ସଂଖ୍ୟା ।

428

କନକ ବ୍ୟୁରୋ: ନିଟ ପରୀକ୍ଷାରେ ଗ୍ରେସ ମାର୍କ ପାଇଥିବା ଛାତ୍ରଛାତ୍ରୀ ପୁର୍ନବାର ଯେଉଁ ପରୀକ୍ଷା ଦେଇଥିଲେ ତାର ଫଳାଫଳ ପ୍ରକାଶ ପାଇଛି । ମେରିଟ ଲିଷ୍ଟରେ ଟପ୍ପରଙ୍କ ସଂଖ୍ୟା ୬୭ରୁ ଖସି ୬୧ରେ ପହଁଚିଛି । ୨୩ଜୁନରେ ମୋଟ ୧୫୬୩ରୁ ୮୧୩ଜଣ ପରୀକ୍ଷା ଦେଇଥିଲେ । ମେ ୫ରେ ସାରା ଦେଶରେ ୪ହଜାର ୭୫୯ କେନ୍ଦ୍ରରେ ୨୪ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ମେଡିକାଲ ପାଠ୍ୟକ୍ରମରେ ଆଡମିଶନ ପାଇଁ ପରୀକ୍ଷା ଦେଇଥିଲେ । ଜୁଲାଇ ୬ରେ କାଉନସେଲିଂ କରାଯିବ । ତେବେ ଯେଉଁମାନେ ପରୀକ୍ଷା ଦେଇନାହାଁନ୍ତି ସେମାନଙ୍କ ଗ୍ରେସ ମାର୍କ ହଟାଯିବ ଓ ଏହା ପରେ ସେମାନେ କାଉନସେଲିଂରେ ବସିପାରିବେ । ସେପଟେ ନିଟ ପ୍ରସଙ୍ଗରେ ସଂସଦ ଉଠିଛି ପଡିଛି । ଲୋକସଭାରେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ନିଟ ବିବାଦ ପ୍ରସଙ୍ଗରେ ଚର୍ଚ୍ଚା ପାଇଁ ଦାବି କରିଥିବାବେଳେ ସଂସଦ ବାହାରେ ବିରୋଧୀ ଜୋରଦାର ହଙ୍ଗାମା କରିଛନ୍ତି ।