କନକ ବ୍ୟୁରୋ: ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ସମୟରେ ଅନୁଷ୍ଠିତ ହେବ ମେଡିକାଲ ପ୍ରବେଶ ପରୀକ୍ଷା ନିଟ୍ ଓ ଇଞ୍ଜିନିୟରିଂ ପ୍ରବେଶ ପରୀକ୍ଷା ଜେଇଇ ମେନ । ପରୀକ୍ଷା ସ୍ଥଗିତ ରଖିବା ପାଇଁ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ପରୀକ୍ଷା ସ୍ଥଗିତ ରଖିବା ପାଇଁ ହୋଇଥିବା ଆବେଦନର ଶୁଣାଣି କରି ଜଷ୍ଟିସ ଅରୁଣ ମିଶ୍ର ଆବେଦନକୁ ଖାରଜ କରିବା ସହ ଧାର୍ଯ୍ୟ ସମୟରେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଆବେଦନକାରୀଙ୍କୁ ବିଚାରପତି ପ୍ରଶ୍ନ କରି ପଚାରିିଛନ୍ତି, କଣ କରୋନା ପାଇଁ ଦେଶରେ ସବୁକିଛି ଅଟକାଇ ଦିଆଯିବ?
କଣ ଗୋଟିଏ ମୂଲ୍ୟବାନ ବର୍ଷକୁ ଏମିତି ନଷ୍ଟ କରି ଦିଆଯିବ? ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ସମୟରେ ପରୀକ୍ଷା ଅନୁଷ୍ଠିତ ହେଲେ ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କା ଥିବା ଦର୍ଶାଇ ଏହାକୁ ସ୍ଥଗିତ ରଖିବା ପାଇଁ ଆବେଦନ କରିଥିଲେ ଆଇନଜୀବୀ ଆଲୋକ ଶ୍ରୀବାସ୍ତବ । ପୂର୍ବରୁ ସେପ୍ଟେମ୍ବର ୧୩ରେ ନିଟ୍ ପରୀକ୍ଷା ଓ ସେପ୍ଟେମ୍ବର ୧ ରୁ ୬ ମଧ୍ୟରେ ଜେଇଇ ମେନ୍ ପରୀକ୍ଷା କରିବା ପାଇଁ ସମୟ ଧାର୍ଯ୍ୟ କରି ବିଜ୍ଞପ୍ତି ପ୍ରକାଶ କରିଛି ଜାତୀୟ ପରୀକ୍ଷା ଆୟୋଗ ବା ଏନଟିଏ ।
Follow Us