କନକ ବ୍ୟୁରୋ: ଚଳିତ ବର୍ଷ ଅସନ୍ତା ଜୁଲାଇ ୧୭ରେ ନ୍ୟାସନାଲ ଏଲିଜିବିଲିଟି –କମ୍- ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍) ୟୁଜି ପରୀକ୍ଷା ହୋଇପାରେ । ଏହା ପୂର୍ବରୁ ଅନଲାଇନ୍ ରେଜିଷ୍ଟ୍ରେସନ୍ ଆରମ୍ଭ ହୋଇଯାଇଛି । ଆଜିଠାରୁ ଅର୍ଥାତ୍ ଏପ୍ରିଲ ୨ ତାରିଖଠାରୁ ଏଥିପାଇଁ ଏନରୋଲମେଣ୍ଟ ଆରମ୍ଭ ହୋଇଯାଇଛି । ଏହା ମେ ୭ ତାରିଖ ଯାଏଁ ଚାଲିବ । ପରୀକ୍ଷା ୧୩ଟି ଭାଷାରେ ହେବ । ଛାତ୍ରଛାତ୍ରୀ ପଂଜୀକରରଣ କରିବ ପରେ ସଂଶୋଧନ ଲାଗି ୫ ଦିନ ସମୟ ଦିଆଯିବ ।
ଏନେଇ ନ୍ୟାସନାଲ ଟେଷ୍ଟିିଙ୍ଗ ଏଜେନ୍ସି(ଏନଟିଏ) ର ସୂତ୍ରରୁ ଜଣାପଡିଛି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଛି । ୨୦୨୧ ଶିକ୍ଷାବର୍ଷରେ ସମୁଦାୟ ୧୬ ଲକ୍ଷ ୧୪ ହଜାର ୭୭୭ ପଂଜୀକରରଣ କରିଥିବାବେଳେ ୯୫.୬ % ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୮ ଲକ୍ଷ ୭୦ ହଜାର ୭୪ ଜଣ ସଫଳ ହୋଇଥିଲେ ।