କନକ ବ୍ୟୁରୋ: ନିଟ୍ ପେପର ଲିକ୍ ମାମଲାରେ ଶୁଣାଣି ସୁପ୍ରିମକୋର୍ଟରେ ଶେଷ ହୋଇଛି। ପୁଣିଥରେ ନିଟ୍ ପରୀକ୍ଷା ନ କରିବାକୁ ସୁପ୍ରମିକୋର୍ଟ୍ କହିଛନ୍ତି। ପେପର ଲିକ୍ ହେବା ସତ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେବେ ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ପରୀକ୍ଷାରେ ତ୍ରୁଟିର ପର୍ୟ୍ୟାପ୍ତ ପ୍ରମାଣ ମିଳିନାହିଁ। ପୁଣିଥରେ ପରୀକ୍ଷା ପାଇଁ ଦାବି ଠିକ୍ ନୁହେଁ । ଏହା ୨୪ ଲକ୍ଷ ଛାତ୍ରଛାତ୍ରୀଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବାର ଆଶଙ୍କା ରହିଛି।
ସୁପ୍ରିମକୋର୍ଟଙ୍କ ରାୟ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି ଯେ ଏନଟିଏ ଦୁଇ ଦିନ ମଧ୍ୟରେ ନିଟ୍-ୟୁଜିର ଚୂଡ଼ାନ୍ତ ଫଳାଫଳ ଘୋଷଣା କରିବ। ସର୍ବାଧିକ ଦୁଇ ଦିନ ମଧ୍ୟରେ ନୂଆ ମେରିଟ୍ ଲିଷ୍ଟ ଆସିବ ବୋଲି ସେ କହିଛନ୍ତି। ନିଟ୍ ପ୍ରସଙ୍ଗକୁ ନେଇ ବିରୋଧୀ ଅରାଜକତା ଏବଂ ନାଗରିକ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଏହା ସେମାନଙ୍କ ରଣନୀତିର ଏକ ଅଂଶ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ରାୟକୁ ସତ୍ୟମେବ ଜୟତେ ବୋଲି କହିଛନ୍ତି। ସେ କହିଛନ୍ତି ଯେ ସତ୍ୟର ବିଜୟ ହୋଇଛି। ସୁପ୍ରିମ୍ କୋର୍ଟଙ୍କ ନିଷ୍ପତ୍ତିକୁ ସରକାର ସ୍ୱାଗତ କରୁଛନ୍ତି। ସରକାରଙ୍କ ପ୍ରାଥମିକ ଛାତ୍ରଛାତ୍ରୀ। ସେମାନଙ୍କ ସ୍ୱାର୍ଥକୁ କ୍ଷତି ପହଞ୍ଚାଇବା ଉଚିତ ନୁହେଁ। ସୁପ୍ରିମ୍ କୋର୍ଟଙ୍କ ରାୟ ମଧ୍ୟ ସମାନ କଥାକୁ ଦୋହରାଇଛନ୍ତି ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି । ଏହାରି ଭିତରେ ଆଜିଠାରୁ ନିଟ୍ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ। ଏହା ୩ଟି ରାଉଣ୍ଡରେ ହେବ ଏବଂ ଏହା ପରେ ଷ୍ଟ୍ରେ ଭାକାନ୍ସି ରାଉଣ୍ଡ କରାଯିବ।