ପ୍ରକାଶ ପାଇଲା ନିଟ୍ ୨୦୨୪ର ଫଳାଫଳ । ୭୨୦ରୁ ୭୧୫ ମାର୍କ ରଖି ରାଜ୍ୟ ଟପର ସତ୍ୟଜିତ ପରିଡ଼ା

3,068

କନକ ବ୍ୟୁରୋ : ପ୍ରକାଶ ପାଇଲା ନିଟ୍ ୨୦୨୪ର ଫଳାଫଳ । ଏଥିରେ ବାଜିମାତ କରିଛନ୍ତି ଯାଜପୁର ରୋଡ଼ ସ୍ଥିତ ପ୍ରୟାସ କ୍ଲାସେସ୍ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ । ଏହି ଶିକ୍ଷାନୁଷ୍ଠାନର ଛାତ୍ର ସତ୍ୟଜିତ ପରିଡ଼ା ମୋଟ ୭୨୦ ରୁ ୭୧୫ ନମ୍ବର ରଖି ଓଡ଼ିଶା ଟପ୍ପର ହୋଇଥିବା ବେଳେ ସର୍ବଭାରତୀୟ ସ୍ତରରେ ୧୫୩ ନଂ ରାଙ୍କରେ ରହିଛନ୍ତି । ସେହିପରି ଏହି ଶିକ୍ଷାନୁଷ୍ଠାନର ୧୨ ଜଣ

ଛାତ୍ରଛାତ୍ରୀ ୭୦୦ ରୁ ଅଧିକ ନମ୍ବର ରଖିଥିବାବେଳେ ୨୯ ଜଣ ୬୯୦ ଅଧିକ ଏବଂ ୧୧୮ ଜଣ ୬୫୦ ରୁ ଉର୍ଦ୍ଧ୍ୱ ନମ୍ବର ରଖିଛନ୍ତି । ତେବେ ଛାତ୍ରଛାତ୍ରୀମାନଙ୍କ ଏହି ସଫଳତାକୁ ନେଇ ଅଭିଭାବକ ଓ କଲେଜ୍ କତୃପକ୍ଷ ବେଶ୍ ଖୁସି ଅଛନ୍ତି । ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୩୫ ଜଣ ଏମସରେ ଏବଂ ୧୫୦ ରୁ ୧୬୦ ଜଣ ସରକାରୀ କଲେଜରେ ଶିକ୍ଷା ଗ୍ରହଣ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ନିଟ୍ ପରୀକ୍ଷାରେ ନୂଆପଡାର ସ୍ୱେତାସତାବ୍ଦିକା ପଣ୍ଡା ମୋଟ ୭୨୦ରୁ ୭୧୦ ମାର୍କ ରଖି ନୂଆପଡା ଜିଲ୍ଲା ପାଣି ଗର୍ବ ଆଣିଦେଇଛନ୍ତି । ସର୍ବଭାରରତୀୟ ସ୍ତରରେ ୭୦୬ ନମ୍ବର ରାଙ୍କ ରଖିଛନ୍ତି । ସେ ମଧ୍ୟ ଯାଜପୁର ରୋଡ଼ ସ୍ଥିତ ପ୍ରୟାସ କ୍ଲାସେସ୍ ଶିକ୍ଷାନୁଷ୍ଠାନର ଛାତ୍ରୀ ।