ଅଗଷ୍ଟ ୧ରେ ହେବ ଏ ବର୍ଷର ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍ : ୧୧ଟି ଭାଷାରେ କରାଯିବ ପରୀକ୍ଷା

Advertisment
ଅଗଷ୍ଟ ୧ରେ ହେବ ଏ ବର୍ଷର ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍ : ୧୧ଟି ଭାଷାରେ କରାଯିବ ପରୀକ୍ଷା

କନକ ବ୍ୟୁରୋ : ‘ଅଣ୍ଡର୍‌ଗ୍ରାଜୁଏଟ୍‌ ମେଡିକାଲ୍‌ କୋର୍ସେସ୍‌’ରେ ନାମ ଲେଖାଇବା ପାଇଁ ଅଗଷ୍ଟ ୧ ତାରିଖ ଦିନ ‘ନ୍ୟାସ୍‌ନାଲ୍‌ ଇଲିଜିବିଲିଟି କମ୍‌ ଏନ୍‌ଟ୍ରାନ୍‌ସ୍‌ ଟେଷ୍ଟ୍‍’ (ଏନ୍‌ଇଇଟି) ପରୀକ୍ଷା କରାଯିବ ବୋଲି ଗତକାଲି ‘ନ୍ୟାସ୍‌ନାଲ୍‌ ଟେଷ୍ଟିଙ୍ଗ୍‌ ଏଜେନ୍‌ସି’ (ଏନ୍‌ଟିଏ) ଘୋଷଣା କରିଛି ।

ଶୁକ୍ରବାର ଦିନ ଏ ସଂକ୍ରାନ୍ତରେ ‘ଏନ୍‌ଟିଏ’ ଜାରି କରିଥିବା ବିଜ୍ଞପ୍ତିରେ ଉଲ୍ଲେଖ ଅଛି, ଅଗଷ୍ଟ ୧ ତାରିଖ ଦିନ ହିନ୍ଦୀ ଓ ଇଂରାଜୀ ସମେତ ୧୧ଟି ଭାଷାରେ ‘ପେନ୍‌ ଓ ପେପର୍‌ ମୋଡ୍‌’ରେ ‘ଏନ୍‌ଇଇଟି (ୟୁଜି)-୨୦୨୧’ ଆୟୋଜନ କରାଯିବ । ଭାରତରେ ଥିବା ଅନୁମୋଦିତ/ସ୍ୱୀକୃତ ଡାକ୍ତରୀ/ଦନ୍ତସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନଗୁଡ଼ିକରେ ‘ଏମ୍‌ବିବିଏସ୍‌/ବିଡିଏସ୍‌’ ପାଠ୍ୟକ୍ରମ ନିମନ୍ତେ ‘ଏନ୍‌ଟିଏ’ ‘ଏନ୍‌ଇଇଟି ୟୁଜି’ ପରୀକ୍ଷା ପରିଚାଳନା କରେ ।

ବିଜ୍ଞପ୍ତିରେ ‘ଏନ୍‌ଟିଏ’ କହିଛି ଯେ, ‘ନିଟ୍‌’ (ୟୁଜି)’ ୨୦୨୧’ ଲାଗି ଆବେଦନ ଫର୍ମ ଦାଖଲ ଆରମ୍ଭ ହେଲେ ପରୀକ୍ଷା, ପାଠ୍ୟଖସଡ଼ା, ବୟସଗତ ଯୋଗ୍ୟତା, ସଂରକ୍ଷଣ, ଆସନ ବର୍ଗୀକରଣ, ପରୀକ୍ଷା ଶୁଳ୍କ, ପରୀକ୍ଷା ହେବାକୁ ଥିବା ସହର, ରାଜ୍ୟ କୋଡ୍‌ ଏବଂ ଅନ୍ୟାନ୍ୟ ସୂଚନା ଅବିଳମ୍ବେ ୱେ‌ସାଇଟ୍‌ରେ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe