ବାତିଲ ହେବନି ନିଟ ପରୀକ୍ଷା: ପୁନଃ ପରୀକ୍ଷା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

83

କନକ ବ୍ୟୁରୋ: ବାତିଲ ହେବନି ନିଟ ପରୀକ୍ଷା । ସୁପ୍ରିମକୋର୍ଟ ଖାରଜ କଲେ ପୁନଃ ପରୀକ୍ଷା ପାଇଁ ହୋଇଥିବା ଆବେଦନକୁ । ସୁପ୍ରିମକୋର୍ଟ ସୋମବାର ଏକ ଆବେଦନର ଶୁଣାଣି କରି ଏପରି ନିଷ୍ପତି ଶୁଣାଇଛନ୍ତି । ସେପ୍ଟେମ୍ବର ୧୨ ରେ ହୋଇଥିବା ନିଟ୍ ୟୁଜି ପରୀକ୍ଷା ବାତିଲ କରିବା ପାଇଁ ଆବେଦନ ହୋଇଥିଲା ଆଜି ସୁପ୍ରିମକୋର୍ଟରଙ୍କର ଖଣ୍ଡପିଠ ତରଫରୁ କୁହାଯାଇଛି କି କୋର୍ଟ ତରଫରୁ ପରୀକ୍ଷାକୁ ରବ୍ଦ କରାଯିବ ନାହିଁ ଯେଉଁଥିରେ ସାଢେ ୭ ଲକ୍ଷ ପିଲା ଭାଗ ନେଇଥିଲେ ।

ପରୀକ୍ଷା ବନ୍ଦ ହେଲେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହେବେ ବୋଲି ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହା ଯାଇଛି । ଏହାସହ କୁହାଯାଇଛି ସ୍ଥାନୀୟ ସ୍ଥରରେ ନହେଇ ନିଟ ପରୀକ୍ଷାକୁ ଜାତୀୟ ସ୍ଥରରେ ଆୟୋଜନ ହେଇଥିଲା । ତେବେ ନକଲି ପ୍ରାର୍ଥୀ ଆବେଦନ ଓ ପେପର ଲିକ କୁ ଆଧାର କରି କିଛି ଛାତ୍ରଛାତ୍ରୀଙ୍କ ତକଫରୁ ପୁନଃପରୀକ୍ଷା ପାଇଁ ଆବେଦନ ହେଇଥିଲା ।