କନକ ବ୍ୟୁରୋ: ପ୍ୟାରିସ୍ ଅଲିମ୍ପିକ୍ସରେ କମାଲ କରିଛନ୍ତି ନୀରଜ ଚୋପ୍ରା। ଜାଭେଲିନ୍ ଥ୍ରୋ’ ଫାଇନାଲରେ ପହଞ୍ଚିଲେ ନୀରଜ। କ୍ୱାଲିଫିକେସନରେ ନିଜର ପ୍ରଥମ ପ୍ରୟାସରେ ୮୯ .୩୪ ମିଟର ଜାଭେଲିନ୍ ଫିଙ୍କି ସିଧାସଳଖ ଫାଇନାଲ ଟିକେଟ୍ କାଟିଛନ୍ତି। ଚଳିତ ସିଜିନରେ ନୀରଜଙ୍କର ଏହା ଶ୍ରେଷ୍ଠ ପ୍ରଦର୍ଶନ। ଏହା ପୂର୍ବରୁ ନୀରଜ ଚଳିତ ବର୍ଷ ୮୮. ୩୬ ମିଟର ଥ୍ରୋ’ କରିଥିଲେ। ଟୋକିଓ ଅଲିମ୍ପିକ୍ସରେ ନୀରଜ ୮୭ .୫୮ ମିଟର ଥ୍ରୋ’ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଜାଭେଲିନରେ ଓଡ଼ିଶା ଆଥଲେଟ କିଶୋର ଜେନା ନିରାଶ କରିଛନ୍ତି। ଗ୍ରୁପ୍-ଏ’ରେ କିଶୋର ୮୦. ୭୩ ମିଟର୍ ଥ୍ରୋ’ କରି ନବମ ସ୍ଥାନରେ ରହିଛନ୍ତି। ଗ୍ରୁପ୍-ବି’ରେ ପାକିସ୍ତାନ ଅର୍ଶଦ ନଦୀମ ୮୬.୫୯ ମିଟର ଥ୍ରୋ’ ସହ ତୃତୀୟ ସ୍ଥାନରେ ରହି ଫାଇନାଲରେ ପହଞ୍ଚିଛନ୍ତି। ଆସନ୍ତକାଲି ଜାଭେଲିନ୍ ଫାଇନାଲ୍ ଅନୁଷ୍ଠିତ ହେବ।ଏଥିରେ ନୀରଜ ପୁଣି ଏକ ସ୍ୱର୍ଣ୍ଣ ପଦକ ଜିତିବେ ବୋଲି ଆଶାବାଦୀ ଅଛନ୍ତି ଭାରତୀୟ।
ପ୍ୟାରିସ ଅଲିମ୍ପିକ୍ସ ପୁରୁଷ ହକିରେ ଭାରତକୁ ନିରାଶ ହେବାକୁ ପଡିଛି। ଗତକାଲି ଜର୍ମାନୀ ବିପକ୍ଷ ମ୍ୟାଚରେ ଲଢେଈ କରି ୩-୨ ଗୋଲରେ ହାରିଛି ଭାରତ । ଫଳରେ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଟିମ ଏଥର ବି କାଂସ୍ୟ ପଦକ ପାଇଁ ଖେଳିବ। ଆସନ୍ତାକାଲି ସ୍ପେନ- ଭାରତ ମଧ୍ୟାରେ କାଂସ୍ୟ ପଦକ ପାଇଁ ଲଢେଇ ହେବ। ଗତ ଅଲିମ୍ପିକ୍ସରେ ଜର୍ମାନୀକୁ ହରାଇ କାଂସ୍ୟ ପଦକ ଜିତିଥିଲା ଭାରତ। ଏଥର ଜର୍ମାନୀ ଏହାର ପ୍ରତିଶୋଧ ନେଇଛି । ଗତକାଲିତ ଆରମ୍ଭରୁ ହିଁ ଆଟାକିଂ ମୋଡରେ ଥିଲେ ଭାରତୀୟ ଟିମ୍ । ପ୍ରଥମେ ୧-୦ ଗୋଲରେ ଆଗୁଆ ରହିଥିଲା ଟିମ୍ ଇଣ୍ଡିଆ । ହେଲେ ପରବର୍ତ୍ତୀ ସମୟରେ ଜର୍ମାନୀ ଓ ଭାରତ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। କିଛି ସମୟ ପାଇଁ ୨-୨ ଗୋଲରେ ମ୍ୟାଚ୍ ଥିଲା। ହେଲେ ଶେଷ ଆଡକୁ ଗୋଟିଏ ଗୋଲ ଦେଇ ବିଜୟୀ ହୋଇଯାଇଥିଲା ଜର୍ମାନୀ।
Follow Us