ଖେଳରତ୍ନ ପାଇଁ ୧୧ ଜଣ ଖେଳାଳିଙ୍କ ନାଁ ସୁପାରିସ । ଲିଷ୍ଟରେ ନୀରଜ ଚୋପ୍ରା, ମିଥାଲି ରାଜ ଏବଂ ଓଡିଆ ପୁଅ ପ୍ରମୋଦ ଭଗତଙ୍କ ନାଁ ସାମିଲ ।
କନକ ବ୍ୟୁରୋ: ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପାଇଁ ମନୋନୀତ ହେଲେ ୧୧ ଜଣ ଭାରତୀୟ ଖେଳାଳି । ବୁଧବାର ନ୍ୟାସନାଲ ସ୍ପୋଟର୍ସ ଆୱାର୍ଡ କମିଟି ଏହି ୧୧ ଜଣ ଖେଳାଳିଙ୍କ ନାଁ ଖେଳରତ୍ନ ପାଇଁ ସୁପାରିସ କରିଛି । ତେବେ ଦେଶର ଏହି ସବୋର୍ଚ୍ଚ ଖେଳ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି ସୁନାପୁଅ ନୀରଜ ଚୋପ୍ରା । ତାଙ୍କ ସହିତ ଟୋକିଓରେ ଦେଶର ଟେକ ରଖିଥିବା ରବି ଦହିୟା, ଭାରତୀୟ ହକି ଦଳର ଗୋଲ କିପର ପି.ଆର. ଶ୍ରୀଜେଶ ଓ ଲଭଲିନା ମଧ୍ୟ ଖେଳରତ୍ନ ପାଇବାକୁ ମନୋନୀତ ହୋଇଛନ୍ତି । ତାଙ୍କ ସହିତ ଭାରତୀୟ ମହିଳା କ୍ରିକେଟର ମିଥାଲି ରାଜ, ଫୁଟବଲ ଖେଳାଳି ସୁନୀଲ ଛେତ୍ରୀ ମଧ୍ୟ ଭାରତର ଏହି ସର୍ବୋଚ୍ଚ ଖେଳ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
୨୦୨୧ ଅଲିମ୍ପିକ୍ସ ଭାରତ ପାଇଁ ଗର୍ବ ଓ ଗୌରବ ଆଣିଥିଲା । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଖେଳାଳିମାନେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ । ଯାହାପରେ ଏହି ଖେଳାଳିମାନଙ୍କୁ ଏବେ ଖେଳରତ୍ନ ସମ୍ମାନ ଦେବାକୁ ମନୋନୀତ କରାଯାଇଛି । ତେବେ ପାରାଲିମ୍ପାନ୍ ଅଭନି ଲେଖାରାଙ୍କ ନାଁ ମଧ୍ୟ ଖେଳରତ୍ନ ପାଇଁ ମନୋନୀତ ହୋଇଛି । ତାଙ୍କ ସହିତ ଓଡିଆ ପୁଅ ନୀରଜ ଚୋପ୍ରା ମଧ୍ୟ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।
ଖେଳରତ୍ନ ପାଇଁ ମନୋନୀତ ହୋଇଥିବା ଖେଳାଳି
- ନୀରଜ ଚୋପ୍ରା (ଜାଭଲିନ)
- ରବି ଦହିୟା (ରେସଲିଂ)
- ପି ଆର ଶ୍ରୀଜେଶ (ହକି)
- ଲଭଲିନା (ବକ୍ସିଂ)
- ସୁନୀଲ ଛେତ୍ରୀ (ଫୁଟବଲ)
- ମିଥାଲି ରାଜ (କ୍ରିକେଟ୍)
- ପ୍ରମୋଦ ଭଗତ (ବ୍ୟାଡମିଣ୍ଟନ)
- ସୁମିତ ଅନ୍ତିଲ (ଜାଭଲିନ୍)
- ଅଭନୀ ଲେଖାରା (ସୁଟିଂ)
- କ୍ରିଷ୍ଣା ନାଗର (ବ୍ୟାଡମିଣ୍ଟନ)
- ଏମ୍ ନରୱାଲ (ସୁଟିଂ)