କନକ ବ୍ୟୁରୋ: ପୁଣି କମାଲ କଲେ ଅଲମ୍ପିଅନ୍ ନୀରଜ ଚୋପ୍ରା । ଲୁସାନେ ଡାଇମଣ୍ଡ ଲିଗରେ ୮୭.୬୬ ମିଟର ଜାଭଲିନ୍ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରି ଚାମ୍ପିଅନ୍ ହୋଇଛନ୍ତି ।
ଏହି ସିଜିନରେ ଏହା ତାଙ୍କର ଦ୍ୱିତୀୟ ବିଜୟ । ଏହା ପୂର୍ବରୁ ନୀରଜ ‘ଦୋହା ଡାଇମଣ୍ଡ ଲିଗ’ରେ ୮୮. ୬୭ ମିଟର ଜାଭଲିନ୍ ଫିଙ୍ଗି ଚାମ୍ପିଅନ୍ ହୋଇଥିଲେ ।
Neeraj is back with a bang 💥
With a massive throw of 87.66m in his 5th attempt, @Neeraj_chopra1 dominates yet another Diamond League event finishing on 🔝position in Men's Javelin Throw event at #LausanneDL 🔥🔥
Phenomenal effort by our #TOPScheme athlete to make a blockbuster… pic.twitter.com/QKQ6HkCcXz
— Anurag Thakur (@ianuragthakur) June 30, 2023
ନୀରଜ ମେ ୫ ତାରିଖରେ ଦୋହା ଡାଇମଣ୍ଡ ଲିଗ୍ ପରେ କୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ କରିନଥିଲେ । ଜୋଡରେ ଆଘାତ ଯୋଗୁଁ ସେ ଏହି ମାସର ଆରମ୍ଭରେ ଏଫବିକେ ଗେମ୍ସ ଓ ପାୱୋ ନୁରମି ଗେମ୍ସରେ ଭାଗ ନେଇପାରିନଥିଲେ । ତେବେ ନିରଜଙ୍କ ଏହି ବିଜୟ ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ।