କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରେ ନିରଜ ଚୋପ୍ରାଙ୍କ ଜବରଦସ୍ତ ପ୍ରଦର୍ଶନ । ଜାଭଲିନ୍ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଷ୍ଟାର ଆଥଲେଟ୍ ନିରଜ ଚୋପ୍ରା । ଗ୍ରୁପ୍ ‘ଏ’ର ପ୍ରଥମ ସ୍ଥାନରେ ରହିଥିଲେ ନିରଜ ଚୋପ୍ରା । ଫାଇନାଲରେ ପହଂଚିବା ପାଇଁ କ୍ୱାଲିଫାଇଙ୍ଗ ରାଉଣ୍ଡରେ ୮୩.୫ ମିଟର ଟାର୍ଗେଟ୍ ଥିଲା ।
କିନ୍ତୁ ନିରଜ ଚୋପ୍ରା ୮୬.୬୫ ମିଟର ଥ୍ରୋ କରି ଫାଇନାଲରେ ପ୍ରବେଶ କରିଛନ୍ତି । ନିରଜ ଏସିଆନ୍ ଗେମ୍ସ, କମନୱେଲ୍ଥ ଗେମ୍ସ, ଏସିଆନ୍ ଚାମ୍ପିଅନ୍ସିପ୍, ସାଉଥ ଏସିଆନ୍ ଗେମ୍, ୱାଲ୍ଡ ଜୁନିଅର ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ତେଣୁ ନିରଜ ଚୋପ୍ରାଙ୍କଠାରୁ ଅଲିମ୍ପିକ୍ସରୁ ମେଡାଲ ଆଶା କରୁଛି ଭାରତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/2-4.jpg)