ଟୋକିଓ ଅଲିମ୍ପିକ୍ସ ଫାଇନାଲକୁ ନେଇ ଅନୁଭୂତି ବଖାଣିଲେ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା : କହିଲେ, ଜାଭେଲିନ୍ ଥ୍ରୋ ପୂର୍ବରୁ ତାଙ୍କ ଜାଭେଲିନକୁ ନେଇଯାଇଥିଲେ ପାକିସ୍ତାନୀ ଖେଳାଳି

111

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସ ଫାଇନାଲକୁ ନେଇ ଅନୁଭୂତି ବଖାଣିଲେ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା । କହିଲେ ଫାଇନାଲରେ ପ୍ରଥମ ରାଉଣ୍ଡ ବେଳେ ତାଙ୍କୁ ତାଙ୍କ ଜାଭେଲିନ୍ ମିଳି ନଥିଲା । ଯାହାକୁ ନେଇ ସେ ନର୍ଭସ ହୋଇ ଯାଇଥିଲେ । କିଛି ସମୟ ପରେ ପାକିସ୍ତାନୀ ଖେଳାଳି ଅର୍ସଦ ନଦିମଙ୍କ ହାତରେ ତାଙ୍କ ଜାଭେଲିନ୍ ଦେଖିଥିଲେ । ଆଉ ତାଙ୍କୁ ନିଜ ଜାଭେଲିନ୍ ମାଗିଥିଲେ । ଫଳରେ ପ୍ରଥମ ରାଉଣ୍ଡରେ ସେ ତରବରିଆ ହୋଇ ଥ୍ରୋ କରିଥିଲେ । ପାକିସ୍ତାନୀ ଖେଳାଳି ଅର୍ସଦ ନଦିମଙ୍କ ପାଇଁ ପ୍ରଭାବିତ ହୋଇଥିଲା ନୀରଜଙ୍କ ପ୍ରଥମ ରାଉଣ୍ଡ ଥ୍ରୋ ।

ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ଇଂଟରଭ୍ୟୁରେ ଏହି ସୂଚନା ଦେଇଛନ୍ତି ନୀରଜ ଚୋପ୍ରା । ସେ କହିଛନ୍ତି ଯେ ଫାଇନାଲ ଆଗରୁ ସେ ନିଜ ଜାଭେଲିନ ଖୋଜୁଥିଲେ ଯାହା ତାଙ୍କୁ ମିଳୁ ନଥିଲା । ଅଚାନକ ସେ ଦେଖିଥିଲେ ଯେ ପାକିସ୍ତାନୀ ଆଥଲେଟ ଅରଶଦ ନଦୀମଙ୍କ ପାଖରେ ତାଙ୍କ ଜାଭେଲିନ ଥିବା ଦେଖିବାକୁ ପାଇଥିଲେ । ନଦୀମ ନୀରଜଙ୍କ ଏହି ଜାଭେଲିନ୍ ନେଇ ବୁଲୁଥିଲେ । ଏହା ଦେଖିବା ପରେ ନୀରଜ ତାଙ୍କୁ କହିଥିଲେ ଯେ ଭାଇ ଏହା ମୋର ଜାଭେଲିନ୍ । ଏହା ମୋତେ ଦିଅ କାରଣ ମୋ ପାଳି ଆସିଯାଇଛି । ଆଉ ଏହା ପରେ ନୀରଜଙ୍କୁ ଜାଭେଲିନ୍ ଦେଇଥିଲେ ନଦୀମ । ଦେଇଥିବା ସାକ୍ଷାତକାରରେ କହିଛନ୍ତି ନୀରଜ ଯେ ଏହି କାରଣ ବଶତଃ ସେ ତାଙ୍କର ପ୍ରଥମ ରାଉଣ୍ଡରେ ଜାଭେଲିନ ଥ୍ରୋ ବେଶ୍ ଜଲଦିରେ କରିଥିଲେ । କେବଳ ଏତିକି ନୁହେଁ ନୀରଜ ଅରଶଦ ନଦୀମଙ୍କୁ ପ୍ରଶଂସା ମଧ୍ୟ କରିଥିଲେ । ଫାଇନାଲରେ ତାଙ୍କର ପ୍ରଦର୍ଶନ ବେଶ୍ ଭଲ ଥିବା କହିଛନ୍ତି ନୀରଜ ।

ସେପଟେ ପାକିସ୍ତାନୀ ଆଥଲେଟ ଅରଶଦ ନଦୀମ ନୀରଜ ଚୋପ୍ରାଙ୍କୁ ନିଜ ଆଦର୍ଶ ବୋଲି କହିଛନ୍ତି । ଅଲିମ୍ପିକ୍ସର ଅଫିସିଆଲ ୱେବସାଇଟରେ ଆଥଲେଟଙ୍କ ପ୍ରୋଫାଇଲ ସେକ୍ସନରେ ନୀରଜ ଚୋପ୍ରାଙ୍କୁ ନିଜ ହିରୋ ବୋଲି ସମ୍ବୋଧନ କରଛନ୍ତି ନଦୀମ । ତେବେ ନଦୀମ ହେଉଛନ୍ତି ପ୍ରଥମ ଆଥଲେଟ ଯିଏ କି ଅଲିମ୍ପିକ୍ସରେ କୌଣସି ଫିଲ୍ଡ ଇଭେଂଟରେ ଫାଇନାଲରେ ପହଂଚିଥିଲେ । ଏବଂ ନୀରଜ ଓ ନଦୀମଙ୍କ ଭିତରେଲ କଡା ଟକ୍କର ମଧ୍ୟ ଦେଖିବାକୁ ମିଳିଥିଲା ।