କନକ ବ୍ୟୁରୋ: ପୁଣିଥରେ ଇତିହାସ ରଚିଲେ ଭାରତର ଗୋଲ୍ଡେନ୍ ବୟ ତଥା ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା । ସ୍ୱିଜରଲ୍ୟାଣ୍ଡ ଜ୍ୟୁରିକଠାରେ ଚାଲିଥିବା ଲୁସାନେ ଡାଇମଣ୍ଡ ଲିଗ୍ରେ ନୀରଜ ୮୯.୦୮ ମିଟର ଭାଲା ଫିଙ୍ଗି ପ୍ରଥମ ପ୍ରୟାସରେ ହିଁ ସଫଳ ହୋଇଛନ୍ତି । ଏହି ଟାଇଟଲ ଜିତିବାରେ ନୀରଜ ପ୍ରଥମ ଭାରତୀୟ ।

Advertisment

୨୪ ବର୍ଷିୀୟ ନୀରଜ ଚୋପ୍ରାଙ୍କୁ ବିଶ୍ୱ ଚାମ୍ପିଅନସିପ୍ ଇଭେଣ୍ଟ ସମୟରେ ଆଘାତ ଲାଗିଥିଲା । ଏଥିପାଇଁ ସେ ବର୍ମିଙ୍ଗହମଠାରେ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେଇପାରିନଥିଲେ । ଏଥିରୁ ଆରୋଗ୍ୟ ହେବା ପରେ ସେ କମାଲ କରିଛନ୍ତି । ଶୁକ୍ରବାର ୮୯.୮ ମିଟର ଭାଲା ଫିଙ୍ଗି ଲୁସାନେ ଡାଇମଣ୍ଡ ଲିଗ ମିଟର ଟାଇଟଲ ଜିତିଛନ୍ତି । ଏହାସହ ନୀରଜ ସେପ୍ଟେମ୍ବର ୭ ଓ ୮ ତାରିଖରେ ହେବାକୁ ଥିବା ଡାଇମଣ୍ଡ ଲିଗର ଫାଇନାଲରେ ନିଜ ସ୍ଥାନ ସୁନିଶ୍ଚିତ କରିଛନ୍ତି ।

କେବଳ ଏତିକି ନୁହେଁ ୨୦୨୩ରେ ହଙ୍ଗେରୀ ବୁଦାପେଷ୍ଟରେ ହେବାକୁ ଥିବା ୱାର୍ଲ୍ଡ ଚାମ୍ପିଅନସିପ ପାଇଁ କ୍ୱାଲିଫାଏ କରିଛନ୍ତି ।