କନକ ବ୍ୟୁରୋ: ଭାରତର ସ୍ୱର୍ଣ୍ଣିମ ପୃଷ୍ଠାରେ ଆଉ ଏକ ପୃଷ୍ଠା ଯୋଡି ଦେଇଛନ୍ତି ସୁନା ପୁଅ ତଥା ଜାଭଲିନ୍ ଥ୍ରୋୟର ନୀରଜ ଚୋପ୍ରା । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତି ସାରା ବିଶ୍ୱରେ ଭାରତକୁ ଗୌରବନ୍ୱିତ କରାଇଛନ୍ତି ।

Advertisment

ନୀରଜଙ୍କ ଏହି ଐତିହାସିକ ବିଜୟ ପରେ ହଙ୍ଗରୀର ଜଣେ ମହିଳା ପ୍ରଶଂସକ ତାଙ୍କ ଠାରୁ ଅଟୋଗ୍ରାଫ (ଦସ୍ତଖତ) ଚାହିଁଥିଲେ। ଏଥିପାଇଁ ହଙ୍ଗରୀର ମହିଳା ପ୍ରଶଂସକ ନୀରଜଙ୍କ ସାମ୍ନାରେ ଏକ ତ୍ରିରଙ୍ଗା ରଖି ସେଥିରେ ଦସ୍ତଖତ କରିବାକୁ କହିଥିଲେ। ଏହାକୁ ଦେଖି ନୀରଜ ଉକ୍ତ ମହିଳା ପ୍ରଶଂସକଙ୍କୁ କହିଥି‌ଲେ, ‘କ୍ଷମା କରିବେ ଆଜ୍ଞା, ମୁଁ ଭାରତର ଜାତୀୟ ପତାକା ଉପରେ ଦସ୍ତଖତ କରି ପାରିବି ନାହିଁ।’ ଏହାପରେ ନୀରଜ ମହିଳାଙ୍କ ଟି-ସାର୍ଟରେ ଦସ୍ତଖତ ଦେଇଥିଲେ। ନୀରଜଙ୍କ ଦସ୍ତଖତକୁ ପାଇ ହଙ୍ଗରୀ ମହିଳା ଖୁସି ହୋଇଥିଲେ। ଜାତୀୟ ପତାକା ପ୍ରତି ନୀରଜଙ୍କ ଏଭଳି ସମ୍ମାନ ଦେଖି ଲୋକେ ଖୁବ ଖୁସି ହୋଇଯାଇଛନ୍ତି।