କିଛି ଦିନ ପାଇଁ ପଡିଆରେ ନଜର ଆସିବେ ନାହିଁ ନିରଜ ଚୋପ୍ରା। ସିଧା ବିଶ୍ୱଚାମ୍ପିୟନସିପରେ ଆସିବେ ନଜର ...

Advertisment
କିଛି ଦିନ ପାଇଁ ପଡିଆରେ ନଜର ଆସିବେ ନାହିଁ ନିରଜ ଚୋପ୍ରା। ସିଧା ବିଶ୍ୱଚାମ୍ପିୟନସିପରେ ଆସିବେ ନଜର ...

କନକ ବ୍ୟୁରୋ: ନିରଜ ଚୋପ୍ରା ଗତ କିଛି ଦିନ ତଳେ ଲୁସେନରେ ଡାଇମଣ୍ଡ ଲିଗ୍ ଜିତିଥିଲେ । ଏହା ପରେ ସାରା ଦେଶରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ତେବେ ସେ କିଛି ଦିନ ପାଇଁ ଗାଏବ ହୋଇଯିବେ । ନିଜର ଅଧୁରା ସ୍ୱପ୍ନପୂରଣ ପାଇଁ ବହୁତ ବଡ ତ୍ୟାଗ କରିବାକୁ ଯାଉଛନ୍ତି । ନିଜ କ୍ୟାରିୟରରେ ସେ ଡାଇମଣ୍ଡ ଲିଗ ଜିତିସାରିଛନ୍ତି । ଅଲିମ୍ପିକ୍ ଚାମ୍ପିୟନ ମଧ୍ୟ ହୋଇସାରିଛନ୍ତି । ତେବେ ବର୍ତ୍ତମାନ ସେ ବିଶ୍ୱ ଚାମ୍ପିୟନ ହେବା ବାକି ରହିଛି । ତାଙ୍କର ନଜର ବର୍ତ୍ତମାନ ଏହା ଉପରେ ରହିଛି । ଏଥିପାଇଁ ସେ କିଛି ବଡ ନିଷ୍ପତ୍ତି ନେଇଛନ୍ତି ।

ବିଶ୍ୱ ଚାମ୍ପିୟନସିପ୍ ପୂର୍ବରୁ ସେ ପଡିଆକୁ ଓହ୍ଲାଇବେ ନାହିଁ । ୧୯ରୁ ୨୭ ଅଗଷ୍ଟ ଯାଏ ବୁଦାପେଷ୍ଟରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପ୍ ଖେଳାଯିବ । ବର୍ତ୍ତମାନ ସେ ସିଧାସଳଖ ଖେଳିବେ । ଏହା ପୂର୍ବରୁ ଆଉ କୌଣସି ପ୍ରତିଯୋଗିତାରେ ସେ ଖେଳିବେ ନାହିଁ । ଆହତ ସମସ୍ୟାରୁ ଫେରିବା ପରେ ସେ ଲୁସେନରେ ବିଜୟୀ ହୋଇଥିଲେ । ସେ ୮୭.୬୬ ମିଟର ଦୂରକୁ ଜାଭଲେନ୍ ଫୋପାଡି ବିଜୟୀ ହୋଇଛନ୍ତି । ଏହିି ସମୟରେ ସେ ସମ୍ପୂର୍ଣ୍ଣ ଫିଟ ନଥାଇ ମଧ୍ୟ ସଫଳତା ପାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe