କନକ ବ୍ୟୁରୋ: ରାଷ୍ଟ୍ରପତି ଭବନରେ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଛି । ୬୨ ଜଣ କ୍ରୀଡାବିତଙ୍କୁ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି । ଆଥଲେଟ ନୀରଜ ଚୋପ୍ରାଙ୍କୁ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି କର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ନୀରଜ ଚୋପ୍ରା । ସେହିପରି ଓଡିଆ ପାରାଅଲିମ୍ପିଆନ ପ୍ରମୋଦ ଭଗତଙ୍କୁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଏକାସଙ୍ଗେ ୧୨ ଜଣଙ୍କୁ ମିଳିଛି ଖେଳରତ୍ନ ପୁରସ୍କାର । ନୀରଜ ଚୋପ୍ରା, ପ୍ରମୋଦ ଭଗତ, ରବି କୁମାର, ଲଭଲିନା ବର୍ଗୋହେଁ, ଶ୍ରୀଜେଶ, ଅବିନି ଲାକ୍ରା, ସୁମିତ ଅନ୍ତିଲ, କ୍ରିଷ୍ଣା ନାଗର, ମନିଷ ନରୱାଲ, ମିଥାଲି ରାଜ, ସୁନିଲ ଛେତ୍ରୀ ଓ ମନପ୍ରିତ ସିଂଙ୍କୁ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି ।
ଖେଳରତ୍ନ ସହ ୧୦ ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର, ୩୪ ଜଣଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି । କ୍ରିକେଟର ଶିଖର ଧୱନଙ୍କ ସହ ଓଡିଆ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାର ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/11/2-24.jpg)