ରିୟାଲିଟି ଶୋ’ରେ ଦମଦାର ଡ୍ୟାନ୍ସ ଦେଖାଇଲେ ନୀରଜ ଚୋପ୍ରା । ଦେଖନ୍ତୁ, ଭିଡିଓ…

194

କନକ ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତି ଦେଶ ପାଇଁ ଗୌରବ ଆଣିଥଲେ ସୁନା ପୁଅ ନୀରଜ ଚୋପ୍ରା । ହେଲେ ଏବେ ସେ ତାଙ୍କର ଡ୍ୟାନ୍ସକୁ ନେଇ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ବିଜ୍ଞାପନ ହେଉ ଅବା ଟିଭି ସୋ ସବୁଠି ଏବେ ନୀରଜ ଚୋପ୍ରାଙ୍କୁ ଦେଖିବାକୁ ମିଳୁଛି । ନିକଟରେ ସେ ଏକ ଡ୍ୟାନ୍ସ ରିୟଲିଟି ଶୋ’ରେ ଯୋଗ ଦେଇଥିଲେ, ଯେଉଁଥିରେ ତାଙ୍କର ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି ।

 

View this post on Instagram

 

A post shared by Disney+ Hotstar (@disneyplushotstar)

ଡିଜନୀ ହଟଷ୍ଟାର ପକ୍ଷରୁ ନୀରଜ ଚୋପ୍ରାଙ୍କ ଏକ ଡ୍ୟାନ୍ସ ଭିଡିଓ ସେଆର୍ କରାଯାଇଛି । ଯେଉଁଥିରେ ସେ ରାଘବଙ୍କ ସହ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି । ଗୋଲ୍ଡ ମେଡାଲ ଜିତିଲା ବାଲା ଡ୍ୟାନ୍ସ, ପାର୍ଟି ଡ୍ୟାନ୍ସ, ବ୍ରୋମାନ୍ସ ଡ୍ୟାନ୍ସ ଓ ଶାଦୀ ବାଲା ଡ୍ୟାନ୍ସ କରୁଛନ୍ତି ଉଭୟ ରାଘବ ଜୁୟାଲ ଓ ନୀରଜ ଚୋପ୍ରା । ଯାହାକୁ ତାଙ୍କ ଫ୍ୟାନ୍ସମାନେ ପସନ୍ଦ କରିବା ସହିତ ଏହାକୁ ଭରପୂର ଲାଇକ୍ ଓ ସେୟାର କରୁଛନ୍ତି ।

 

View this post on Instagram

 

A post shared by Remo Dsouza (@remodsouza)

ଖାଲି ସେତିକି ନୁହେଁ, ଡ୍ୟାନ୍ସ ପ୍ଲସର ଜଜ୍ ଥିବା ରେମୋ ଡିସୁଜା ମଧ୍ୟ ନୀରଜଙ୍କ ସହ ଏକ ଭିଡିଓ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେଆର୍ କରିଛନ୍ତି । ଯେଉଁଥିରେ ସେ ନୀରଜଙ୍କ ସହିତ ୱାକ୍ କରୁଥିବା ନଜର ଆସୁଛନ୍ତି । ସୋସିଆଲ୍ ମିଡିଆରେ ନୀରଜଙ୍କ ଏହି ସବୁ ଭିଡିଓ ଏବେ ବିଜୁଳି ବେଗରେ ସେୟାର ହେଉଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଚଳିତ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତିଥିଲେ ସୁନା ପୁଅ ନୀରଜ ଚୋପ୍ରା । ଏହାପରେ ସେ ହଠାତ୍ ଦେଶର ଚର୍ଚ୍ଚିତ ଚେହେରା ପାଲଟିଯାଇଥିଲେ । ବିଭିନ୍ନ ରିୟଲିଟି ଶୋ, ବିଜ୍ଞାପନ, ମାଗାଜିନରେ ତାଙ୍କୁ ଦେଖିବାକୁ ମିଳିଥିଲା । ଆଉ ଏବେ ଡ୍ୟାନ୍ସ ରିୟଲିଟି ଶୋରେ ତାଙ୍କର ଏହି ଡ୍ୟାନ୍ସ ମଧ୍ୟ ଦେଖିବାକୁ ମିଳିଛି ।