ପୂରଣ ହେଲା ନୀରଜ ଚୋପ୍ରାଙ୍କ ଆଉ ଏକ ସ୍ୱପ୍ନ । ପ୍ରଥମଥର ପାଇଁ ଫ୍ଲାଇଟରେ ବସାଇଲେ ବାପା-ମାଆଙ୍କୁ

246

କନକ ବ୍ୟୁରୋ: ସୁନା ପୁଅ ନୀରଜ ଚୋପ୍ରା ପୂରଣ କଲେ ତାଙ୍କର ଆଉ ଏକ ସ୍ୱପ୍ନ । ପ୍ରଥମଥର ପାଇଁ ନିଜ ବାପା-ମାଆଙ୍କୁ ଫ୍ଲାଇଟରେ ବସାଇଛନ୍ତି । ଆଉ ଏହି ସ୍ୱପ୍ନ ପୂରଣ କରିବା ପରେ ନୀରଜ ଚୋପ୍ରା ବେଶ ଖୁସିଥିବା ପ୍ରକାଶ କରିଛନ୍ତି । ନୀରଜ ଚୋପ୍ରା ନିଜେ ଟ୍ୱିଟ କରି ଏହି କଥା ସେୟାର କରିଛନ୍ତି ।

ଟ୍ୱିଟ କରି ନୀରଜ ଚୋପ୍ରା ଲେଖିଛନ୍ତି, ଆଜି ଜୀବନରେ ଆଉ ଏକ ସ୍ୱପ୍ନ ପୂରଣ କଲି । ମୋ ବାପା-ମାଆଙ୍କୁ ମୁଁ ଆଜି ଫ୍ଲାଇଟରେ ବସାଇପାରିଲି । ସମସ୍ତଙ୍କ ଭଲ ପାଇବା ଓ ଆଶୀର୍ବାଦ ପାଇଁ ମୁଁ ଚିର ଋଣି ରହିବି ।

ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସ ଜାଭଲିନ ଥ୍ରୋରେ ଗୋଲ୍ଡ ମେଡାଲ ଜିତିଥିଲେ । ଏହାପରେ ନୀର ଚୋପ୍ରା ସାରା ଦେଶରେ ଷ୍ଟାର ହୋଇଯାଇଛନ୍ତି । ତାଙ୍କୁ ଚାରିଆଡେ ପ୍ରଶଂସା କରିବା ସହ ତାଙ୍କ ଉପରେ ଧନ ବର୍ଷା ମଧ୍ୟ ହୋଇଛି ।