ନୀନା ଗୁପ୍ତାଙ୍କ ସହ ପିଲାବେଳେ ହୋଇଥିଲା ଭୟାନକ ଘଟଣା । ଡରରେ କାହାକୁ କହି ପାରୁନଥିଲେ ।

222

କନକ ବ୍ୟୁରୋ: ‘ବଧାଇ ହୋ’ ମୁଭିର ଫେମ୍ ଆକ୍ଟ୍ରେସ୍ ନୀନା ଗୁପ୍ତା ନିଜ ଫିଲ୍ମ କରିଅରରେ ଅନେକ ପ୍ରଶଂସା ସାଉଁଟିଛନ୍ତି । ନୀନାଙ୍କ ଉକ୍ରୃଷ୍ଟ ଓ ପରିପକ୍ୱ ଅଭିନୟକୁ ନେଇ ଅଧିକାଂଶ ନିର୍ଦ୍ଦେଶକ ନିଜ ଫିଲ୍ମରେ ତାଙ୍କୁ ସ୍ଥାନ ଦେବାକୁ ଚାହାଁନ୍ତି । ହେଲେ ଆପଣ ଜାଣନ୍ତି କି ଏହି ଭେଟେରାନ୍ ଆକ୍ଟ୍ରେସଙ୍କ ସହ ପିଲାଦିନେ ଏପରି କିଛି ଘଟଣା ସବୁ ଘଟିଛି ଯାହା ଶୁଣିଲେ ଲୋମ ଟାଙ୍କୁରି ଉଠିବ ।

ଫିଲ୍ମ ପରେ ତାଙ୍କ ଆତ୍ମଜୀବନି ‘ ସଚ କହୁଁ ତୋ’ ପାଇଁ ନୀନା ଚର୍ଚ୍ଚାରେ ରହିଆସିଛନ୍ତି । ଏହି ପୁସ୍ତକରେ ସେ ନିଜ ଜୀବନର ଏପରି କିଛି ସତକୁ ପ୍ରକାଶ କରିଛନ୍ତି ଯାହାକୁ ଅତି ସଚ୍ଚୋଟତାର ସହ ଏହି ପୁସ୍ତକରେ ଉଲ୍ଲେଖ ହୋଇଛି । ନୀନା କହିଛନ୍ତି ଯେ, ପିଲାବେଳେ ସେ ଅନେକ ଥର ଶୋଷଣର ଶିକାର ହୋଇଛନ୍ତି । ଏହି ଶୋଷଣ ଜଣେ ଡାକ୍ତର ଏବଂ ଜଣେ ଟେଲର କରିଥିଲେ । ଏହି ଡାକ୍ତରଙ୍କ ପାଖକୁ ନୀନା ତାଙ୍କୁ ଆଖି ଟେଷ୍ଟ କରିବାକୁ ଯାଇଥିବାବେଳେ ଡାକ୍ତର ଆଖି ଟେଷ୍ଟ କରିବା ସହ ତାଙ୍କ ସ୍ପର୍ଶକାତର ଅଙ୍ଗ ଗୁଡିକୁ ସ୍ପର୍ଶ କରିଥିଲେ । ଏହା ପରେ ନୀନା ଘରକୁ ଆସି ଡରରେ କାହାକୁ କିଛି କହିପାରିନଥିଲେ ବରଂ ଘରର ଗୋଟିଏ କୋଣରେ ବସି କାନ୍ଦିଥିଲେ । ମା’ଙ୍କୁ କହିଲେ କାଳେ ସେ ଏହି ଘଟଣା ପାଇଁ ତାଙ୍କୁ ଦୋଷ ଦେବେ ଭାବି କିଛି କହିପାରିନଥିଲେ ।

ଏହାପରେ ଏପରି ଆଉ ଏକ ଘଟଣା ଜଣେ ଟେଲରଙ୍କ ସହ ହୋଇଥିଲା ଯାହା ପାଖରେ ଘରର ଅଧିକାଂଶ ପୋଷାକ ସିଲେଇ ହୁଏ । ଡ୍ରେସ୍ ମାପ ଦେବାକୁ ଯାଇଥିଲେ ନୀନା । ମାପ ନେବା ବାହାନାରେ ଟେଲର ତାଙ୍କର ଅନ୍ୟ ଅଙ୍ଗ ଗୁଡିକୁ ଛୁଇଁଥିଲା । ତଥାପି ଟେଲର ଜଣକଙ୍କ ପାଖରେ ତାଙ୍କର ପୁରୁଣା ସମ୍ପର୍କ ଥିବାରୁ ତାଙ୍କ ବିରୋଧରେ ବି ଘର ଲୋକଙ୍କ ଆଗରେ ମୁହଁ ଖୋଲିନଥିଲେ ନୀନା ଗୁପ୍ତା । ଏହି ପୁସ୍ତକରେ ନୀନା ଲେଖିଛନ୍ତି ଯେ , ସେ ସମୟରେ ତାଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନଥିଲା । ପିଲାବେଳେ ଡରି ଡରି ବଞ୍ଚିଥିବା ନୀନା ଏବେ କିନ୍ତୁ ବେଶ ସାହାସର ସହ ଜୀବନକୁ ସାମନା କରୁଛନ୍ତି ।