ପୁରୀ ନାଁ ପରିବର୍ତ୍ତନ ପ୍ରସଙ୍ଗ : ଶଙ୍କରାଚାର୍ଯ୍ୟ କହିଲେ, ବିଶ୍ୱ ପାଇଁ ପୁରୀ ନାଁ ହିଁ ଯଥେଷ୍ଟ

209

କନକ ବ୍ୟୁରୋ: ପୁରୀ ନାଁ ପରିବର୍ତ୍ତନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି । ‘ପୁରୀ’ ବଦଳରେ ‘ଜଗନ୍ନାଥ ପୁରୀ’ ହେଲେ ଭଲ ହୁଅନ୍ତା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର । ସେପଟେ ଏହି ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ପୁରୀର ନାମ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ । ବିଶ୍ୱ ପାଇଁ ପୁରୀ ନାଁ ହିଁ ଯଥେଷ୍ଟ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ । ଏହାସହ ନାମ ପରିବର୍ତ୍ତନ ଦାବି କରିବାର କୌଣସି ଯଥାର୍ଥ ନାହିଁ ବୋଲି କହିଛନ୍ତି । ପୌରାଣିକ ତଥ୍ୟ ଅନୁଯାୟୀ ପୁରୀ ନାଁ ହିଁ ଯଥେଷ୍ଟ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ । ସୂଚନାଯୋଗ୍ୟ ଯେ, ପୁରୀର ନାମ ପରିବର୍ତ୍ତନ କରି ଜଗନ୍ନାଥ ଧାମ ପୁରୀ କରିବାକୁ ବିଭିନ୍ନ ଅନୁଷ୍ଠାନ ଦାବି କରୁଥଲେ ।