କନକ ବ୍ୟୁରୋ: ଇତିହାସ ଲିଖନକୁ ନେଇ ବଡ ବୟାନ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା । ଶାହା କହିଛନ୍ତି, ଦେଶ ଆଗରେ ବାସ୍ତବ ତଥ୍ୟର ଉପସ୍ଥାପନ ପାଇଁ ଇତିହାସର ପୁନଃଲିଖନ ହେବା ଆବଶ୍ୟକ । ଭାରତୀୟଙ୍କ ମତାମତ ଆଧାରରେ ଦେଶର ଇତିହାସ ପୁଣି ଥରେ ଲେଖାଯିବା ଦରକାର । ଭାରତ କୌଣସି ପଡୋଶୀ ରାଷ୍ଟ୍ର ଉପରେ ପ୍ରଥମେ ଆକ୍ରମଣ କରିନଥାଏ । କିନ୍ତୁ ସ୍କନ୍ଦଗୁପ୍ତଙ୍କ ପରି ଆମର ଅନେକ ଯୋଦ୍ଧା ଥିଲେ । ଯିଏକି ହୁନ ଭଳି ଶକ୍ତିଶାଳୀ ଆକ୍ରମଣକାରୀଙ୍କୁ ପରାସ୍ତ କରିଥିଲେ । ଏବଂ ଦେଶର ସୀମାକୁ ଜୁନାଗଡରୁ ଆଫଗାନିସ୍ତାନ ପର୍ଯ୍ୟନ୍ତ ପରିବ୍ୟାପ୍ତ କରିଥିଲେ ।
କିନ୍ତୁ ଦୁର୍ଭାଗ୍ୟ ଆମର ପିଲାମାନେ ସ୍କନ୍ଦଗୁପ୍ତଙ୍କ ଭଳି ବୀରଙ୍କ ବିଷୟରେ କିଛି ଜାଣି ନାହାଁନ୍ତି । ସେହିପରି ବୀରସାବରଙ୍କ ପ୍ରସଙ୍ଗ ଉଠାଇ କହିଛନ୍ତି ସେ ଉଦ୍ୟମ କରିନଥିଲେ ୧୮୫୭ ସିପାହୀ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଆଜି ଇତିହାସରେ ନଥାନ୍ତା । ତେଣୁ ବାସ୍ତବତା ଆଧାରରେ ଇତିହାସର ପୁନଃଲିଖନ ହେବାର ଆବଶ୍ୟକତା ରହିଛି । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଆନ୍ତଜାତୀୟ ସେମିନାରରେ ଯୋଗ ଦେଇ ଏହା କହିଛନ୍ତି ଶାହା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/AMIT.jpg)
/kanak/media/post_attachments/wp-content/uploads/2019/06/amit-shah_201712959-300x225.jpg)