ଆପଣ ହୋଇନାହାନ୍ତି ତ ନିପା ଭାଇରସର ଶିକାର ! ଏହି ଲକ୍ଷଣରୁ ଜାଣନ୍ତୁ ଆପଣଙ୍କ ଶରୀରରେ ନାହିଁ ତ ଏହି ଭାଇରସ୍ ।

ଆପଣ ହୋଇନାହାନ୍ତି ତ ନିପା ଭାଇରସର ଶିକାର !  ଏହି ଲକ୍ଷଣରୁ ଜାଣନ୍ତୁ ଆପଣଙ୍କ ଶରୀରରେ ନାହିଁ ତ ଏହି ଭାଇରସ୍ ।

ନୂତନ ଭାବେ ଠାବ ହୋଇଥିବା ‘ନିପା’ ଭୂତାଣୁ (ଭାଇରସ୍)ରେ ଆକ୍ରାନ୍ତ ହୋଇ କେରଳରେ ୧୧ ଜଣ ପ୍ରାଣ ହରାଇବା ପରେ ଏବେ ଘାତକ ‘ନିପା’କୁ କେନ୍ଦ୍ରକରି କେରଳ ସମେତ ଅନ୍ୟ ରାଜ୍ୟରେ ମଧ୍ୟ ଆତଙ୍କ ସୃଷ୍ଟି କରିଛି। ଜାଣନ୍ତୁ, ‘ନିପା’ ଭୂତାଣୁ ବା ଭାଇରସ୍ କ’ଣ, ‘ନିପା’ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେବାର ଲକ୍ଷଣ ଓ ନିରାକରଣ ବିଷୟରେ।publive-imageକେମିତି ବ୍ୟାପେ ନିପା ଭାଇରସ?
ଏକ ପ୍ରକାର ବାଦୁଡ଼ି ଯୋଗୁଁ ନିପା ଭାଇରସ ବ୍ୟାପିଥାଏ, ଆକ୍ରାନ୍ତ ବାଦୁଡ଼ି ଓ ପକ୍ଷୀମାନେ ଖାଇଥିବା ଫଳକୁ ଖାଇଲେ ସଂକ୍ରମଣ ହୋଇଥାଏ, ସଂକ୍ରମିତ ବାଦୁଡ଼ି ଓ ଘୁଷୁରୀର ସିଧା ସଂସ୍ପର୍ଶରେ ଆସିଲେ ସଂକ୍ରମଣ ହୋଇଥାଏ, କିମ୍ବା ସଂକ୍ରମିତ ହୋଇଥିବା ଅନ୍ୟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ସଂକ୍ରମଣ ହୋଇଥାଏ ‘ନିପା’।
ନିପା ଭାଇରସ ଲକ୍ଷଣ କ’ଣ?
ଜ୍ୱର, ମୁଣ୍ଡବିନ୍ଧା, ନିଶ୍ୱାସ ନେବାରେ କଷ୍ଟ, ମାନସିକ ଅବସାଦ, କୋମା ଅବସ୍ଥା ଓ ଅସ୍ୱାଭାବିକ ମୃତ୍ୟୁ।
ନିପା ଭାଇରସ ସଂକ୍ରମଣ ହେବା ପରେ ୫ରୁ ୧୪ ଦିନ ମଧ୍ୟରେ ଏହାର ପ୍ରଭାବରେ ଅସୁସ୍ଥତା ଆରମ୍ଭ ହୋଇଯାଏ। ମୁଖ୍ୟତଃ ଜ୍ୱର ହେବା ସହ ପ୍ରବଳ ମୁଣ୍ଡବିନ୍ଧା ହୋଇଥାଏ।
ଚିକିତ୍ସା ଓ ନିରାକରଣ
ନିପା ଭାଇରସ୍ ପାଇଁ ଏବେ ଯାଏଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଉଦ୍ଭାବିତ ହୋଇନାହିଁ। ନିପା ଆକ୍ରାନ୍ତ ରୋଗୀଙ୍କୁ ପ୍ରାଥମିକ ଅବସ୍ଥାରେ ଉଚିତ୍ ଯତ୍ନ ସହ ଚିକିତ୍ସା କରିବା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe