କନକ ବ୍ୟୁରୋ : ଜେଇଏମ୍ ମୁଖ୍ୟ ମସୁଦ୍ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବାନେଇ ଜାତିସଂଘରେ ସଦ୍ୟ ପ୍ରସ୍ତାବ ଆଣିବାପାଇଁ ଆମେରିକା, ବ୍ରିଟେନ୍ ଏବଂ ଫ୍ରାନ୍ସ ପକ୍ଷରୁ ଉଦ୍ୟମ ଜାରି ରହିଥିବାବେଳେ ଚୀନର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି। କିନ୍ତୁ ଆସନ୍ତା ୧୩ ତାରିଖରେ ଜାତିସଂଘ ସୁରକ୍ଷା କମିଟି ବୈଠକ ହେବା ପୂର୍ବରୁ ଚୀନ୍ ପୁଣି ଏକ ଗୁରୁତ୍ବପୂର୍ଣ୍ଣ ବୟାନ ରଖିଛି। ଚୀନ୍ କହିଛି ଯେ ମସୁଦ୍କୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ନେଇ ଆଲୋଚନା ମାଧ୍ୟମରେ ସମାଧାନର ବାଟ ବାହାରି ପାରିବ।
ରିପୋର୍ଟ ଅନୁଯାୟୀ, ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଜାତିସଂଘ ସୁରକ୍ଷା କମିଟି ବୈଠକରେ ମସୁଦ୍କୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ନେଇ ପ୍ରସ୍ତାବ ଅଣାଯିବ। ପୂର୍ବରୁ ୩ ଥର ଚୀନ୍ ନିଜର ଭିଟୋ କ୍ଷମତା ପ୍ରୟୋଗ କରି ଏ ସଂକ୍ରାନ୍ତ ଭାରତ ଦ୍ବାରା ଆଗତ ପ୍ରୟାସକୁ ବିଫଳ କରିଦେଇଥିଲା। ତେବେ ଏଥର ମଧ୍ୟ ଚୀନ୍ ସେପରି କିଛି ସ୍ପଷ୍ଟ କିରିନି। ପୁଲୱାମା ଆତ୍ମଘାତୀ ଆକ୍ରମଣକୁ ଚୀନ୍ କଡ଼ା ଭାଷାରେ ନିନ୍ଦା କରିଥିଲେ ମଧ୍ୟ ଆଝାର ବାବଦରେ ଏହା ସମ୍ପୂର୍ଣ୍ଣ ନିରବ ରହିଥିଲା। ଏବେ ବିଶ୍ବ ସମୁଦାୟ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଏକ ରକମ ଏକଘରିକିଆ କରି ରଖିଥିବା ବେଳେ ମସୁଦ୍ ବାବଦରେ ଚୀନର ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/china-sikkim_647_070617094525.jpg)