ଭାରତ ବନ୍ଦ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ । ମୋଦୀ କହିଲେ, ପୁରୁଣା ଆଇନକୁ ନେଇ ଗଠନ ହୋଇ ପାରିବନି ନୂଆ ଶତାବ୍ଦୀର ଭାରତ, ବିକାଶ ପାଇଁ ସଂସ୍କାର ଜରୁରୀ । 

425

କନକ ବ୍ୟୁରୋ: ଚାଷୀଙ୍କ ଭାରତ ବନ୍ଦର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ବୟାନ ରଖିଛନ୍ତି । କହିଛନ୍ତି- ପୁରୁଣା ଆଇନକୁ ନେଇ ନୂଆ ଶତାବ୍ଦୀର ଗଠନ ହୋଇପାରିବ ନାହିଁ । ବିକାଶ ପାଇଁ ସଂସ୍କାର ଦରକାର । ନୂଆ ସୁବିଧା ଏବଂ ନୂଆ ବ୍ୟବସ୍ଥା ପାଇଁ ସଂସ୍କାର ଆବଶ୍ୟକ ବୋଲି ନରେନ୍ଦ୍ର ମୋଦି କହିଛନ୍ତି । ସେ ଆହୁରି କହିଛନ୍ତି- କେନ୍ଦ୍ର ସରକାରଙ୍କ ସଂସ୍କାର ମୁଳକ ପଦକ୍ଷେପକୁ ଲୋକେ କିପରି ସମର୍ଥନ କରିଛନ୍ତି, ତାହା ନିର୍ବାଚନ ଫଳାଫଳରେ ପ୍ରତିଫଳିତ ହେଉଛି । ଚାଷୀ, ଶ୍ରମିକ ଓ ମହିଳା ତଥା ସମାଜର ସବୁ ବର୍ଗର ବ୍ୟକ୍ତି ସରକାରଙ୍କୁ ସମର୍ଥନ ଦେଇଛନ୍ତି । ଚାଷୀ ଆନ୍ଦୋଳନ କିମ୍ବା ଭାରତ ବନ୍ଦର ନାଁ ନେଇ, ଆଗ୍ରାରେ ମେଟ୍ରୋ ରେଳ ପ୍ରକଳ୍ପର ଶୁଭାରମ୍ଭ ସମୟରେ ଏଭଳି ବୟାନ ରଖିଛନ୍ତି ପ୍ରଧାନମନ୍ତ୍ରୀ ।

Comments are closed.