କନକ ବ୍ୟୁରୋ : ଦୁର୍ଘଟଣା ବଦଳାଇଦେଲା ଛାତ୍ରର ଜୀବନ । ସବୁ କିଛି ଠିକ୍ ଠାକ୍ ଚାଲିଥିଲା । ସାଙ୍ଗସାଥୀଙ୍କ ସହ ଖେଳକୁଦରୁ ନେଇ ପାଠପଢାରେ ବିତୁଥିଲା ଜୀବନ । ହେଲେ ଘରକୁ ଫେରିବା ବେଳେ ବାଟରେ ଘଟିଥିବା ଦୁର୍ଘଟଣାରେ ବଦଳିଗଲା ଛାତ୍ର ସୂର୍ଯ୍ୟକାନ୍ତଙ୍କ ଜୀବନ । ଯାଜପୁର ବିଂଝାରପୁର କୁସୁନପୁର ଗାଁର ସୂର୍ଯ୍ୟକାନ୍ତ ସେଠୀ । ମାଟ୍ରିକ ପରୀକ୍ଷା ଦେଇଥାନ୍ତେ । ଭଉଣୀ ଘରୁ ଫେରୁଥିବା ବେଳେ ଦୁର୍ଘଟଣା ଘଟି ଏବେ ଶଯ୍ୟାଶାୟୀ ହଇପଡିଛନ୍ତି ସୂର୍ଯ୍ୟକାନ୍ତ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନେଇ କଟକ ମେଡିକାଲ ପର୍ଯ୍ୟନ୍ତ ସବୁଠି ଚିକିତ୍ସା କରାଇଛନ୍ତି । ବିଭିନ୍ନ ସ୍ଥାନରୁ ଧାର କରଜ କରି ସର୍ବସ୍ୱାନ୍ତ ହୋଇପଡିଲେଣି ପରିବାର । ହେଲେ ପୁଅର ସ୍ୱାସ୍ଥ୍ୟରେ ସୁଧାର ଆସିପାରୁନି । ସେପଟେ ପାଖେଇ ଆସିଲାଣି ମାଟ୍ରିକ୍ ପରୀକ୍ଷା । ସାଙ୍ଗମାନେ ପରୀକ୍ଷା ଦେବେ ହେଲେ ଶଯ୍ୟାଶାୟୀ ସୂର୍ଯ୍ୟ ପଡିରହିଛନ୍ତି ବେଡରେ । ଅଧାରେ ରହିଗଲା ତାଙ୍କର ସ୍ୱପ୍ନ । ପ୍ରଶାସନ କିଛି ସାହାଯ୍ୟ କରିପାରିଲେ ପୁଣିଥରେ ସକ୍ଷମ ହୋଇ ପରୀକ୍ଷା ଦେଇପାରିବେ ସୂର୍ଯ୍ୟକାନ୍ତ ।
ବାପା ଜଣେ ଦିନ ମଜୁରୀଆ । ଖଟିଲେ ପରିବାର ଚଳୁଛି । ପୁଅ ଚିକିତ୍ସାରେ ସବୁ ଖର୍ଚ୍ଚ କରିସାରିଲେଣି । ହେଲେ ଏହି ଅଭାବ ଭିତରେ ଏବେ କେମିତିି ପୁଅର ଚିକତ୍ସା ହେବ ଆଉ ପୁଅ ପରୀକ୍ଷା ଦେବ । ସେନେଇ କୋହ ସମ୍ଭାଳି ପାରୁନାହାନ୍ତି ସୂର୍ଯ୍ୟଙ୍କ ବାପା ମାଆ । ସ୍କୁଲରେ ଭଲପାଠ ପଢୁଛନ୍ତି ସୂର୍ଯ୍ୟକାନ୍ତ । ତାଙ୍କୁ ପ୍ରଶାସନ ପକ୍ଷରୁ କିଛି ସାହାଯ୍ୟ ସହଯୋଗ କରାଯାଇପାରିଲେ ସୁସ୍ଥ ହୋଇ ପରୀକ୍ଷା ଦେଇପାରିବେ ସୂର୍ଯ୍ୟ ।
ଯଦି କୌଣସି ସହୃଦୟ ବ୍ୟକ୍ତି ସୂର୍ଯ୍ୟଙ୍କୁ ସାହାଯ୍ୟ କରିବାକୁ ଚାହୁଛନ୍ତି ଏହି ଠିକଣାରେ ଯୋଗଯୋଗ କରିପାରିବେ ।
KANTIPRAVA SETHY
AT- KUSUNAPUR
PO- HALADIDHIA
VIA- SINGHPUR
DIST -JAJPUR
MOB-+919692457661
SBI-AC NUMBER-20229074327
IFSC CODE - SBIN0013594
ଅସହାୟ ହୋଇ ଶଯ୍ୟାଶାୟୀ ହୋଇ ପଡିରହିଥିବା ଛାତ୍ର ସୂର୍ଯ୍ୟକାନ୍ତଙ୍କୁ ସାହାଯ୍ୟ ସହଯୋଗ କର।।ଯାଇପାରିଲେ ସୁସ୍ଥ ହେବା ସହ ନିଜ ସ୍ୱପ୍ନ ପୂରଣ କରିପାରିବେ ସୂର୍ଯ୍ୟକାନ୍ତ ।