ଦୁଇଟି କିଡନୀ ନଷ୍ଟ ଯୋଗୁ ଯନ୍ତ୍ରଣାରେ ବଲାଙ୍ଗିର ଇନ୍ଦିରା ନଗରର ପ୍ରଭୁ ନାଏକ । ଅର୍ଥ ଅଭାବ ଯୋଗୁ ହୋଇପାରୁନି ଚିକିତ୍ସା

145

କନକ ବ୍ୟୁରୋ : ପୁଅର ଜୀବନ ବଂଚାଇବାକୁ ବାହାରିଛି ମାଆ । ହେଲେ ଜୀବନ ରକ୍ଷା ପାଇଁ ଅର୍ଥ ସାଜୁଛି ବାଧକ । ବଲାଙ୍ଗିର ଇନ୍ଦିରା ନଗରର ପ୍ରମୋଦ ନଏକ ଓ ସ୍ୱର୍ଣ୍ଣର୍ଲତାଙ୍କ ପୁଅ ପ୍ରଭୁ । ଘରର ରୋଜଗାରିଆ ପୁଅ । ହେଲେ ଦୁଇଟିଯାକ କିଡନୀ ଖରାପ ହୋଇଯିବାରୁ ଘରେ ଶଯ୍ୟାଶାୟୀ ହୋଇ ପଡିରହିଛି । ଅଭାବ ଭିତରେ ରହୁଛନ୍ତି ପୁରା ପରିବାର    । ତିନି ଝିଅ ଭିତରେ ଗୋଟିଏ ପୁଅ ଥିବା ବେଳେ ବେଶ ଗେଲ ବସରରେ ବଢାଇଥିଲେ ବାପା ମାଆ । ହେଲେ କିଡନୀ ନଷ୍ଟ ଯୋଗୁ ଏବେ ବେସାହାରା ହୋଇପଡିଛନ୍ତି ପୁରା ପରିବାର । ଦୀର୍ଘ ଦିନ ଧରି ଡାଏଲିସିସ୍ ଚାଲିଥିବା ବେଳେ କେତେବେଳେ ଅଘଟଣ ଘଟିବ କହିହେବନି । ତେଣୁ ଖୁବଶୀଘ୍ର କିଡନୀ ଟ୍ରାନ୍ସପ୍ଲାଂଟ ଜରୁରୀ ହୋଇପଡିଛି । ଅଭାବ ଅସୁବିଧାରେ ପରିବାର ଚଳୁଥିବା ବେଳେ କେଉଁଠୁ ଆସିବ ଅର୍ଥ । ଏନେଇ ଚିନ୍ତାରେ ପଡିଛି ପୁରା ପରିବାର । ସେପଟେ ପୁଅର ଏହି ଅବସ୍ଥା ଦେଖି ମାଆ ଆଗଭର ହେଉଛି କିଡନୀ ଦେବାକୁ । ହେଲେ ଏଥିପାଇଁ ମଧ୍ୟ ଦରକାର ଅର୍ଥ । ଯାହାକି ତାଙ୍କୁ ଚିନ୍ତାରେ ପକାଇଛି ।

ପ୍ରଭୁଙ୍କ କିଡନୀ ଖରାପ ଥିବା ବେଳେ ମେଡିକାଲରେ ନିମ୍ନ ମାନର େଓøଷଧ ଦେବା ପରେ ଅଧିକ ଦେହ ଖରାପ ହୋଇଥିଲା । ସେପଟେ ବାହାଘରର କିଛି ବର୍ଷ ପରେ ସ୍ୱାମୀଙ୍କ ଅସୁସ୍ଥତା ନେଇ ଚିନ୍ତାରେ ପଡିଛନ୍ତି ସ୍ତ୍ରୀ ଚନ୍ଦ୍ରମା । ପୁରା ପରିବାର ବୋଝ ସମ୍ଭାଳୁଥିବା ବେଳେ ବିଭିନ୍ନ ସ୍ଥାନରେ କାମ କରି ଘର ଚଳେଇବା ସହ ଚିକିତ୍ସା କରାଉଛନ୍ତି । ହେଲେ ଏବେ ଦରକାର ହେବାକୁଥିବା ୨୦ ଲକ୍ଷରୁ ଅଧିିକ ଟଙ୍କା ଆସିବ କେମିତି । ସେନେଇ ପରିବାର ଚିନ୍ତାରେ ପଡିଛନ୍ତି । ପ୍ରଭୁଙ୍କ ଚିକିତ୍ସା ପାଇଁ ପରିବାର କିଛି ସାହାଯ୍ୟ ସହଯୋଗ ପାଇର୍ ଅନୁରୋଧ କରିଛନ୍ତି ।

ଅସହାୟ ହୋଇପଡିଥିବା ପ୍ରଭୁଙ୍କ ପରିବାରକୁ କିଛି ସାହାଯ୍ୟ ସହଯୋଗ କରାଯ।।ଇପାରିଲେ ତାଙ୍କର ଚିକିତ୍ସା ହେବା ସହ ପରିବାର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହୋଇପାରିବ ।