ବାଲେଶ୍ୱର ବଡ଼ମନ୍ଦାରୁଣୀ ଗାଁର ୫ ବର୍ଷର ଝିଅ ସୌମ୍ୟାଶ୍ରୀଙ୍କ ପାଇଁ କାଳ ପାଲଟିଛି ଥାଲାସେମିଆ । ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା, ସହାୟତା ଲୋଡ଼ିଲେ ବାପା, ମା’

ବାଲେଶ୍ୱର ବଡ଼ମନ୍ଦାରୁଣୀ ଗାଁର ୫ ବର୍ଷର ଝିଅ ସୌମ୍ୟାଶ୍ରୀଙ୍କ ପାଇଁ କାଳ ପାଲଟିଛି ଥାଲାସେମିଆ । ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା, ସହାୟତା ଲୋଡ଼ିଲେ ବାପା, ମା’

କନକ ବ୍ୟୁରୋ : ଅସହାୟ ସୌମ୍ୟାଶ୍ରୀ, ବୟସ କମ୍ ହେଲେ ଯନ୍ତ୍ରଣା ବେଶୀ । ଡଉଲ ଡାଉଲ ଚେହେରା, ହସ ହସ ମୁହଁ, ସମସ୍ତଙ୍କୁ ଆପଣାର କରିନେଉଥିବା ବେଳେ ଏବେ ଜୀବନ ଯୁଦ୍ଧରେ ସଂଗ୍ରାମ କରୁଛି ବାଲେଶ୍ୱର ଭୋଗରାଇ ବ୍ଳକ ବଡ଼ମନ୍ଦାରୁଣୀ ଗାଁର ୫ ବର୍ଷର ଝିଅ । କଅଁଳ ବୟସରେ ରୋଗ ଯନ୍ତ୍ରଣାର ବୋଝ ଅଭାବି ପରିବାର ଉପରେ ଦାଉ ସାଧିଛି । ଜନ୍ମ ହେବାର ୩ ମାସ ପରେ ଓଜନ ହ୍ରାସ ହେବା ସହ ଦେହର ରଙ୍ଗ ହଳଦୀଆ ଦେଖାଦେଲା । ବାପା ମା’ ବିଭିନ୍ନ ସ୍ଥାନରେ ଚିକିତ୍ସା କରାଇବା ପରେ ଝିଅକୁ ଥାଲାସେମିଆ ମେଜର ହୋଇଥିବା ଡାକ୍ତର କହିଥିଲେ । ପ୍ରତି ମାସରେ ରକ୍ତ ଦେଲେ ଝିଅର ଜୀବନ ବଂଚୁଛି । ସମ୍ପୁର୍ଣ୍ଣ ସୁସ୍ଥ ହେବା ପାଇଁ ପାଖାପାଖି ୪୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି ।

ଝିଅଟିଏ ଜନ୍ମ ହେବା ପରେ ବାପା-ମା’ ଅନେକ ସ୍ୱପ୍ନ ଦେଖିଥିଲେ । ହେଲେ ଏବେ ଝିଅକୁ ମାରାତ୍ମକ ରୋଗ ହେବା ପରେ ନିରାଶ ହୋଇପଡିଛନ୍ତି । ସରକାରୀ ସହାୟତା କିମ୍ବା କୌଣସି ସହୃଦୟ ବ୍ୟକ୍ତିଙ୍କ ସହଯୋଗ ମିଳିଲେ ଝିଅର ଜୀବନ ବଂଚିପାରନ୍ତା ବୋଲି କହିଛନ୍ତି ସୌମ୍ୟାଶ୍ରୀଙ୍କ ବାପା-ମା’ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe