କନକ ବ୍ୟୁରୋ : ଝରକଟା ଗାଁର ଅଭିରାମ ଧଳ ତାମିଲନାଡୁ କୋଏମ୍ୱାଟୁର ସୂତାକଳରେ କାମ କରୁଥିଲେ, ସ୍ତ୍ରୀ, ପୁଅ-ଝିଅଙ୍କ ସହ ସେଠାରେ ରହୁଥିଲେ। ସବୁକିଛି ଠିକ୍ ଠାକ୍ ଥିଲା। ହେଲେ ମାସେ ତଳେ ହଠାତ୍ ଅସୁସ୍ଥ ଅନୁଭବ କଲେ, ବାନ୍ତି ହେବା ସହ ପାଦ କୁଣ୍ଢାଇ ହେଲା। ତାମିଲନାଡୁର ଏକ ଘରୋଇ ଡାକ୍ତରଖାନାରେ ଦେଖାଇବାରୁ ଜଣାପଡିଲା, ଅଭିରାମଙ୍କ ଦୁଇଟି ଯାକ କୀଡନି ନଷ୍ଟ ହୋଇଯାଇଛି। ଏହାପରେ ଖଟିଲେ ଖାଉଥିବା ପରିବାରର ପାଦ ତଳୁ ମାଟି ଖସିଯାଇଛି।
ତାମିଲନାଡୁରୁ ଘରକୁ ଫେରି ଆସିଛନ୍ତି ଅଭିରାମ। କଟକରେ ପରୀକ୍ଷାନିରୀକ୍ଷା କରି ଡାକ୍ତର କହିଛନ୍ତି, ଗୋଟିଏ କିଡ଼ନୀ ସମ୍ପୂର୍ଣ ନଷ୍ଟ ହୋଇଛି, ଆଉ ଗୋଟିଏ ପ୍ରାୟ ୯୦ ପ୍ରତିଶତ ଖରାପ ହୋଇଯାଇଛି । କିଡ଼ନୀ ପ୍ରତିରୋପଣ କରିବାକୁ ପଡିବ, ଏଥିପାଇଁ ୧୫ ଲକ୍ଷ ଟଙ୍କା ଲାଗିବ । ଏକଥା ଶୁଣିବା ପରେ ଘରେ ଖିଆପିଆ ନାହିଁ । ପୁଅ ମୁଣ୍ଡ ପାଖରେ ବାସି ବାହୁନିବାହୁନି କାନ୍ଦୁଛନ୍ତି ବୁଢ଼ୀ ମା ଓ ପତ୍ନୀ । ରୋଜଗାରିଆ ଅଭିରାମ ବିଛଣାରେ ପଡିଥିବାରୁ ଔଷଧ ପାଇଁ ଟଙ୍କାଟିଏ ନାହିଁ । ଧାର କରଜ ଓ ଗାଁ ଲୋକଙ୍କ ସାହାଯ୍ୟରେ ମେଡିକାଲ ଯାଇଥିଲେ ଓ ମାସକର ଔଷଧ ଆଣିଥିଲେ । ଆଗାମୀ ଚିକିତ୍ସା ପାଇଁ ୧୫ ଲକ୍ଷ କେଉଁଠୁ ଆସିବ, ତାକୁ ନେଇ ଭାଳେଣୀ ପଡ଼ିଛି। କାନ୍ଦିକାନ୍ଦି ପୁଅର ଜୀବନ ପାଇଁ ଭିକ ମାଗୁଛନ୍ତି ଜଣେ ବୁଢ଼ୀ ମା।
ସେପଟେ ବାପାଙ୍କ ଚିକିତ୍ସା ପାଇଁ ପାଠପଢ଼ା ଛାଡ଼ି ଝିଅ ଓ ପୁଅ ତାମିଲନାଡୁର ସୂତାକଳରେ କାମ କରିବା ଆରମ୍ଭ କରିଛନ୍ତି କ୍ଷ ସରକାରୀ, ବେସରକାରୀ ଓ କୌଣସି ସହହୃଦୟ ବ୍ୟକ୍ତି ସାହାଯ୍ୟ କଲେ ସୁସ୍ଥ ହୋଇପାରନ୍ତେ ଅଭିରାମ।
ନାମ- କଳ୍ପନା ଧଳ
ଆକାଉଣ୍ଟ ନଂ-୩୨୬୦୬୫୫୫୨୭୭
ଆଇଏଫସିକୋଡ଼- SBIN୦୦୦୮୦୯୯
ମୋବାଇଲ-ନଂ- ୯୭୯୧୭୯୮୫୫୮