କନକ ବ୍ୟୁରୋ: ଦେଶରେ କରୋନା ମିଟର ଉପରମୁହାଁ ହୋଇଛି । କିଛି ରାଜ୍ୟରେ ମାସ୍କ ଫେରିଛି । ଭିଡ଼ ସ୍ଥାନକୁ ଯିବାବେଳେ ବୟସ୍କଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ବି ଦିଆଯାଇଛି । ଏଠାରେ ପ୍ରଶ୍ନ ଉଠୁଛି, ପୁଣି ନେବାକୁ ପଡ଼ିବ କି ଆଉ ଏକ ବୁଷ୍ଟର ଡୋଜ୍? ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଟିକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ବିଶେଷଜ୍ଞ । ଯେଉଁମାନେ ଜମା ଟିକା ନେଇନାହାନ୍ତି, କିମ୍ବା ୩ଟି ଡୋଜ୍ ଟିକା ନେଇନାହାନ୍ତି ସେମାନଙ୍କୁ ତୁରନ୍ତ ଟିକା ନେବାକୁ କୁହାଯାଇଛି ।

Advertisment

ଭାରତର କରୋନା ମିଟର
   ଦିନ     ସଂକ୍ରମଣ
୬ ଏପ୍ରିଲ ୫,୩୩୫
୭ ଏପ୍ରିଲ ୬,୦୫୦
୮ ଏପ୍ରିଲ ୬,୧୫୫
୯ ଏପ୍ରିଲ ୫,୩୫୭
୧୦ ଏପ୍ରିଲ ୫,୮୮୦
୧୧ ଏପ୍ରିଲ ୫,୬୭୬
୧୨ ଏପ୍ରିଲ ୭,୮୩୦
ଭାରତର ସାପ୍ତାହିକ କରୋନା ମିଟର ବଢ଼ିବାରେ ଲାଗିଛି । ପୁଣିଥରେ ଦେଶରେ ଦୈନିକ ସଂକ୍ରମଣ ବଢ଼ିବାରେ ଲାଗିଛି । ସପ୍ତାହକ ତଳେ ଅର୍ଥାତ୍ ଏପ୍ରିଲ ୬ ତାରିଖରେ ୫ ହଜାର ୩୩୫ ନୂଆ ମାମଲା ଆସିଥିବା ବେଳେ ଏବେ ଏହା ୮ ହଜାର ମୁହାଁ ହୋଇଛି । ୧୨ ତାରିଖରେ ୭ ହଜାର ୮୩୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଗତ ୨୨୩ ଦିନ ମଧ୍ୟରେ ସର୍ବାଧିକ । ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୪୦ ହଜାର ଟପି ଗଲାଣି । ଟେଷ୍ଟ ପଜିଟିଭିଟି ହାର ମଧ୍ୟ ବଢ଼ିବାରେ ଲାଗିଛି ।

ବଢୁଛି କରୋନା ସଂକ୍ରମଣ
ଓମିକ୍ରନର ଉପ-ପ୍ରଜାତି ଏକ୍ସ.ବି.ବି.୧.୧୬ ଯୋଗୁଁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି
ଆହୁରି ୨ ସପ୍ତାହ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ରହିଛି
ହସ୍ପିଟାଲ୍ରେ ଅଳ୍ପ ରୋଗୀ ଭର୍ତ୍ତି ହେଉଛନ୍ତି
କିଛି ରାଜ୍ୟରେ ମାସ୍କ ଫେରିଛି
ଭିଡ଼ ସ୍ଥାନକୁ ଯିବାବେଳେ ବୟସ୍କଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି

ନେବାକୁ ପଡ଼ିବ କି ଆଉ ଏକ ବୁଷ୍ଟର ଡୋଜ୍?
କ’ଣ କହୁଛନ୍ତି ବିଶେଷଜ୍ଞ?
ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଟିକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ବିଶେଷଜ୍ଞ । ଯେଉଁମାନେ ଜମା ଟିକା ନେଇନାହାନ୍ତି, କିମ୍ବା ୩ଟି ଡୋଜ୍ ଟିକା ନେଇନାହାନ୍ତି ସେମାନଙ୍କୁ ତୁରନ୍ତ ଟିକା ନେବାକୁ କୁହାଯାଇଛି । ବିଶେଷଜ୍ଞଙ୍କ ମତରେ
କେଉଁମାନଙ୍କ ପାଇଁ ଚତୁର୍ଥ ଡୋଜ୍ ଜରୁରୀ?
ଗର୍ଭବତୀ ମହିଳା
ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତି
ବୟସ୍କ ବୃଦ୍ଧ/ବୃଦ୍ଧା
ପାଇଁ ଅତିରିକ୍ତ ବୁଷ୍ଟର ଡୋଜ୍ ନେବା ଜରୁରୀ ।

ଦେଶରେ ଦିଲ୍ଲୀ, ମହାରାଷ୍ଟ୍ର, କେରଳ ସମେତ ୭ଟି ରାଜ୍ୟରେ ସଂକ୍ରମଣ ଅଧିକ ବୃଦ୍ଧି ପାଉଛି । ତେବେ ଓଡ଼ିଶାର ସ୍ଥିତି ନିୟନ୍ତ୍ରଣରେ ରହିଥିବା କହିଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ ୭ ତାରିଖରେ ୮୬ ମୂଆ ମାମଲା ଆସିଥିବା ବେଳେ ଧୀରେ ଧୀରେ ଏହା ବଢ଼ିବାରେ ଲାଗିଛି । ୫ ଦିନ ମଧ୍ୟରେ ପାଖାପାଖି ୩ ଗୁଣ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି । ଗତ ୨୪ ଘଂଟା ମଧ୍ୟରେ ନୂଆ ୨୧୨ ମାମଲା ଆସିଛି ।ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ଓଡ଼ିଶାର କରୋନା ମିଟର
ଦିନ ସଂକ୍ରମଣ
୮ ଏପ୍ରିଲ ୮୬
୯ ଏପ୍ରିଲ ୯୭
୧୦ ଏପ୍ରିଲ ୧୦୨
୧୧ ଏପ୍ରିଲ ୧୪୧
୧୨ ଏପ୍ରିଲ ୨୧୨
ବଢ଼ୁଥିବା ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ଭାରତକୁ ଆଗୁଆ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏପ୍ରିଲ ୧୦ ଓ ୧୨ ତାରିଖରେ ଦେଶର ବିଭିନ୍ନ ହସପିଟାଲରେ ପ୍ରସ୍ତୁତି ନେଇ ମକଡ୍ରିଲ କରାଯାଇଛି ।