ମାଟିତଳୁ ମିଳିଲା ପାଉଁଜି, ସୁନାଚେନ୍ । ମିଳିଲାନି କୌଣସି ହାଡଖଣ୍ଡ, ଗଳିତ ମୃତଦେହ ମମିତାଙ୍କର ନୁହେଁ ତ?

464

କନକ ବ୍ୟୁରୋ : ମହାଲିଙ୍ଗ ସ୍ଥିତ ଷ୍ଟାଡିୟମରୁ ମିଳିଲା ଗଳିତ ମୃତଦେହ । ତେବେ ମୃତଦେହଟି ନିଖୋଜ ମମିତା ମେହେରଙ୍କର ନା ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ । ଷ୍ଟାଡିୟମ ପରିସରରେ ମାଟି ଖୋଳିବା ପରେ ଦଗଧ ମୃତଦେହ ଉଦ୍ଧାର କରାଯାଇଛି । ଦୁର୍ଗନ୍ଧ ବାହାରୁଥିବାରୁ ଗଳିତ ମୃତଦେହଟି ଅନେକ ଦିନ ତଳର ବୋଲି କୁହାଯାଉଛି । ମାଟୁ ତଳୁ କୌଣସି ହାଡଖଣ୍ଡ ମିଳିନଥିବା ବେଳେ କିଛି ପୋଡା ଟାୟାର ଓ କାଠଖଣ୍ଡ ଜବତ କରାଯାଇଛି । ଏହାସହ ପାଉଁଜି ଓ ହାର ମିଳିଥିବା ଜଣାପଡିଛି । ପରିବାର ଲୋକ ଚିହ୍ନଟ କରିବା ପରେ ମୃତଦେହ କାହାର ତାହା ସ୍ପଷ୍ଟ ହେବ ।

ପ୍ରାୟ ୧୫ରୁ ୨୦ ଫୁଟ୍ ମାଟି ତଳୁ ଏହି ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ପାରିପାଶ୍ୱିର୍କ ପରିସ୍ଥିତି ଦେଖିବା ପରେ ପ୍ରଥମେ ହତ୍ୟା କରାଯିବା ପରେ ପୋଡାଯାଇଛି ଓ ପ୍ରମାଣକୁ ଲୁଚାଇବାକୁ ଏହାକୁ ପୋତି ଦିଆଯାଇଥିଲା । ସବୁଠୁ ବଡ କଥା ହେଲା ଯେଉଁ ଷ୍ଟାଡିୟମରେ ଗଳିତ ମୃତଦେହ ଉଦ୍ଧାର କରାଯାଇଛି ସେହି ଷ୍ଟାଡିୟମରେ କିଛି ନିର୍ମାଣ କାର୍ଯ୍ୟ ସନସାଇନ ସ୍କୁଲର ମାଲିକ ଗୋବିନ୍ଦ ସାହୁ ଠିକାରେ କରୁଥିବା କୁହାଯାଉଛି । ତେଣୁ ପ୍ରମାଣକୁ ନଷ୍ଟ କରିବାକୁ ଷ୍ଟାଡିୟମରେ ବେଶ ସହଜରେ ମୃତଦେହକୁ ପୋଡିବା ପରେ ପୋତା ଯାଇଥିବା କୁହାଯାଉଛି ।

ତେବେ ମମିତା ନିଖୋଜ ପଛର ପୂରା ଘଟଣାକ୍ରମ କଣ ଥିଲା?

– ୮ ତାରିଖରେ ଜରୁରୀ କାଗଜପତ୍ର ଧରି ସ୍କୁଲକୁ ଆସିବା ପାଇଁ ମମିତାଙ୍କୁ କହିଥିଲେ ମାଲିକ ଗୋବିନ୍ଦ ସାହୁ

– ୧୨ ତାରିଖରେ ଝିଅ ନିଖୋଜ ନେଇ କେ ଗାଁ ଥାନାରେ ଅଭିଯୋଗ କରିଥିଲେ ମମିତାଙ୍କ ପରିବାର

– ଅପହରଣ ପଛରେ ଗୋବିନ୍ଦଙ୍କ ହାତ ଥିବା ସନ୍ଦେହ କରି ୧୪ ତାରିଖରେ ଉଠାଇ ଆଣିଥିଲା ପୋଲିସ

– ୧୭ ତାରିଖ ଯାଏଁ ଟିିଟିଲାଗଡ ଥାନାରେ ଥିଲେ ମହାଲିଙ୍ଗ ସନସାଇନ୍ ସ୍କୁଲର ମାଲିକ ଗୋବିନ୍ଦ ସାହୁ

– ୧୭ ତାରିଖ ହଠାତ୍ ସକାଳୁ ଖବର ଆସିଲା ଥାନାରୁ ଚମ୍ପଟ ମାରିଛନ୍ତି ଅଭିଯୁକ୍ତ ଗୋବିନ୍ଦ ସାହୁ

– ସୋମବାର ଏହି ଖବରକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଜୋରଦାର ଆକ୍ରମଣ କଲେ ବିରୋଧୀ

– ଆଜି ସକାଳୁ ଖବର ଆସିଲା ସନସାଇନ୍ ସ୍କୁଲ ନିକଟ ଷ୍ଟାଡିୟମକୁ ସିଲ୍ କରି ମାଟି ଖୋଳୁଛି ପୋଲିସ

–       ଷ୍ଟାଡିୟମରୁ ଗଳିତ ମୃତଦେହ ଉଦ୍ଧାର କରାଯାଇଛି

–       ମାଟିତଳୁ ପାଉଁଜି ଓ କାଠଖଣ୍ଡ ଜବତ ହୋଇଛି, କୌଣସି ହାଡଖଣ୍ଡ ମିଳିନି