କନକ ବ୍ୟୁରୋ: ଆଜି ଓଡିଶାରେ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ । ରାଜ୍ୟର ୭୯. ୭୦ ଲକ୍ଷ ଭୋଟର ଆଜି ନିଜ ମତ ସାବ୍ୟସ୍ତ କରୁଛନ୍ତି । ୯୧୬୨ ପୋଲିଂ କେନ୍ଦ୍ରରେ ଚାଲିଛି ମତଦାନ । ଉତ୍ସାହର ସହ ଭୋଟ ଦେଉଛନ୍ତି ଭୋଟର । ସକାଳୁ ବୁଥ ମାନଙ୍କରେ ଭୋଟରଙ୍କ ଭିଡ ପରିଲକ୍ଷିତ ହେଉଛି । ତେବେ ସକାଳ ୯ଟା ସୁଦ୍ଧା ପାଖାପାଖି ୭ ପ୍ରତିଶତ ଭୋଟିଂ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଥିବା ନିର୍ବାଚନ କ୍ଷେତ୍ର ମାନଙ୍କ ମଧ୍ୟରେ ରାଉରକେଲା ଓ ନିକଟବର୍ତ୍ତି ରଘୁନାଥପାଲି ନିର୍ବାଚନ ମଣ୍ଡଳିରେ ସବୁଠୁ ଅଧିକ ଭୋଟିଂ ହୋଇଛି । ଏହାପରେ ଜି ଉଦୟଗିରିରେ ମଧ୍ୟ ଭଲ ମାତ୍ରାରେ ଭୋଟିଂ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ।