କନକ ବ୍ୟୁରୋ: ଦିଲ୍ଲୀ ହରକେଶ ନଗରରେ କପଡା ଗୋଦାମରେ ଭୀଷଣ ଅଗ୍ନିକାଣ୍ଡ । ଗୁରୁବାର ବିଳମ୍ବିତ ରାତିରେ ଏଠାରେ ଥିବା କପଡା ଗୋଦମରେ ନିଆଁ ଲାଗିବାରୁ ପାଖରେ ଥିବା ବସ୍ତିର ୨୦ଟି ଘର ପୋଡି ପାଉଁଶ ହୋଇଯାଇଛି । ୪୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲେ ବି ଜଣଙ୍କର ପତ୍ତା ମିଳିନଥିବା ଜଣାପଡିଛି ।ଏହାସହ ସେଠାରେ ଥିବା ଏକ ଟ୍ରକରେ ମଧ୍ୟ ନିଆଁ ଲାଗିଯାଇଛି । ନିଆଁ ଲାଗିଥିବାନେଇ ଅଗ୍ନିଶମ ବିଭାଗକୁ ପାଖାପାଖି ରାତି ସାଢେ ଦୁଇଟା ସମୟରେ ଖବର ମିଳିଥିଲା । ଘଟଣା ସ୍ଥଳରେ ତୁରନ୍ତ ୨୬ଟି ଦମକଳ ପହଞ୍ଚିଥିଲେ ।ଏହାପରେ ଅଧିକ ୪ଟି ଦମକଳ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ । ଏଥିରେ କ୍ଷୟ କ୍ଷତି ବାବାଦରେ ଏଯାଏଁ ସଠିକ ସୂଚନା ମିଳିପାରିନାହିଁ ।
ଦିଲ୍ଲୀ ହରକେଶ ନଗରରେ ଭୀଷଣ ଅଗ୍ନିକାଣ୍ଡ । ଜଳିଗଲା ଟ୍ରକ ସହ ୨୦ ଘର ।
/kanak/media/post_attachments/wp-content/uploads/2021/10/FBJQo_-VcAEk1fM.jpg)