ଲୋକଙ୍କ ସମସ୍ୟା ଶୁଣିଲେ ମୁଖ୍ୟମନ୍ତ୍ରୀ । ପ୍ରଥମ ଦିନ ୧୫୦୦ ଲୋକ ନିଜ ସମସ୍ୟା ନେଇ କଲେ ନାମ ପଞ୍ଜିକରଣ ।

81

କନକ ବ୍ୟୁରୋ: ଆଜି ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ସମସ୍ୟା ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ନିଜ ନିଜ ସମସ୍ୟା ଓ ଦୁଃଖ ଜଣାଇବାକୁ ସବୁ ଜିଲ୍ଲାରୁ ଆସିଥିଲେ ଲୋକେ । ଦିନେ ଦୁଇ ଦିନ ନୁହେଁ ଗତ ୪ ଦିନ ହେବ ଅଖିଆଅପିଆ ଅସହାୟ ଲୋକେ ରାଜଧାନୀରେ ପଡି ରହି କେବଳ ଅପେକ୍ଷା କରିଥିଲେ, କେବେ ସେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବେ ନିଜ ଦୁଃଖ ଜଣାଇବେ । ତେବେ ଆଜି ଥିଲା ଜନ ଶୁଣାଣିର ପ୍ରଥମ ଦିନ । ପ୍ରଥମ ଦିନରେ ହିଁ ପାଖାପାଖି ୧୫୦୦ ଲୋକ ନିଜ ସମସ୍ୟା ନେଇ ନାଁ ପଞ୍ଜିକରଣ କରିଥିବା ଜଣାପଡିଛି ।