ବିବାହ କରିବେ କି ଏହି ସୁନ୍ଦରୀ ଗାୟିକା ? କଥାରେ କଥାରେ ବିବାହ ଆଡକୁ ଇସାରା କଲେ ନେହା । 

43

ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କର ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ପୂର୍ବରୁ ତାଙ୍କର ହିମାନ୍ସ କୋହଲୀଙ୍କ ସହ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ହୋଇଥିବା ବେଳେ ହିମାନ୍ସ ତାଙ୍କର ଜଣେ ଭଲ ବନ୍ଧୁ ବୋଲି କହି ଆସୁଥିଲେ ନେହା । କିନ୍ତୁ ଏବେ ସେ ଅଧିକାରିକ ଭାବରେ ହିମାନ୍ସଙ୍କୁ ଡ଼େଟ୍ କରୁଥିବା ନେଇ ସ୍ୱୀକାର କରିଛନ୍ତି । ରିୟାଲିଟି ସୋ’ ‘ଇଣ୍ଡିଆନ୍ ଆଇଡ଼ଲ’ରେ ସେ ଏହା ସ୍ୱୀକାର କରିବା ସହ ଆମେମାନେ ସାଥୀରେ ଅଛୁ ଏବଂ ରହିବୁ । ଆଗାମୀ ଦିନରେ ମୁଁ ହିମାନ୍ସଙ୍କୁ ବିବାହ ମଧ୍ୟ କରିପାରେ ବୋଲି ନେହା କହିଥିବା ଦେଖା ଯାଇଛି ।

ସୂଚନା ମୁତାବକ, ରିୟାଲିଟି ସୋ’ ‘ଇଣ୍ଡିଆନ୍ ଆଇଡ଼ଲ’କୁ ନିଜ କମେଡ଼ିର ତଡ଼୍କା ଲଗାଇବା ପାଇଁ ସୁନୀଲ ଗ୍ରୋଭର ଆସିଥିବା ବେଳେ ନେହାଙ୍କ ସ୍ୱୟମ୍ବର କରାଇଥିଲେ । ଏହି ସମୟରେ ହିମାନ୍ସ ସୋ’ରେ ଏଣ୍ଟ୍ରି କରିବାରୁ ନେହା ହିମାନ୍ସଙ୍କୁ ଦେଖି ମୁଁ ହିମାନ୍ସଙ୍କୁ ଜାଣିଛି । ଭବିଷ୍ୟତରେ ମୋ ବିବାହ ପାଇଁ ସ୍ୱୟମ୍ବର ହେଲେ ହିମାନ୍ସ ସେ ଲିଷ୍ଟରେ ନିଶ୍ଚୟ ଥିବେ ବୋଲି କହିଥିଲେ । ଏହା ପରେ ସେ ହିମାନ୍ସଙ୍କ ସହ ‘ଓ ହମ୍ସଫର’ ଗୀତରେ ନାଚିଥିବାର ଦେଖା ଯାଇଥିଲା । ନେହାଙ୍କ ଏହି ଉତ୍ତର ପରେ ସେ ହିମାନ୍ସଙ୍କୁ ବିବାହ କରିବାକୁ ଚାହୁଁଥିବା ସହ ଖୁବ୍ ଶୀଘ୍ର ବିବାହ କରିପାରନ୍ତି ବୋଲି ଲୋକମାନେ କହିବା ଆରମ୍ଭ କରିଛନ୍ତି ।