କନକ ବ୍ୟୁରୋ: ଟନେଲ ଭିତରେ ଫସିଥିବା ୪୧ ଶ୍ରମିକ ଆଜି ସନ୍ଧ୍ୟା ସୁଦ୍ଧା ଉଦ୍ଧାର ହୋଇପାରନ୍ତି । ଏକ ତିନି ଫୁଟିଆ ପାଇପ୍ ଭିତର ଦେଇ ଜଣ ଜଣ କରି ଶ୍ରମିକଙ୍କୁ ବାହାର କରାଯିବ । ଚକ ଲାଗିଥିବା ଏକ ଷ୍ଟ୍ରେଚର ପ୍ରଥମେ ଭିତରକୁ ଯିବ । ବାହାର ପଟରୁ ଏକ ଶକ୍ତ ଦଉଡି ଏହି ଷ୍ଟ୍ରେଚରରେ ବନ୍ଧା ହୋଇଥିବ । ସେପାଖରୁ ଜଣେ ଶ୍ରମିକ ଷ୍ଟ୍ରେଚର ଉପରେ ଶୋଇ ରହିବେ ଓ ଏପଟେ ବାହାର ପାଖରୁ ଉଦ୍ଧାରକାରୀ ଟିମ୍ ଦଉଡି ମାଧ୍ୟମରେ ଷ୍ଟ୍ରେଚର ସହ ଶ୍ରମିକଙ୍କୁ ଟାଣି ଆଣିବେ । ଏହି ପରି ଜଣଙ୍କ ପରେ ଜଣେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରତି ଥର ଷ୍ଟ୍ରେଚରକୁ ଭିତରକୁ ପଠାଯିବ । ଆଉ କେମିତି ଏହି ଷ୍ଟ୍ରେଚର ମାଧ୍ୟମରେ ଉଦ୍ଧାର ହେବେ ଶ୍ରମିକ ତାର ଏକ ପରୀକ୍ଷା ଏନ୍ଡିଆରଏଫ୍ ତରଫରୁ କରାଯାଇଛି । ଏହି ଡେମୋର ଚିତ୍ର ବି ସାମ୍ନାକୁ ଆସିଛି ।

Advertisment

ଜଣେ ଯବାନ ଷ୍ଟ୍ରେଚର ଉପରେ ଶୋଇ ରହିଥିବା ବେଳେ ଅନ୍ୟ ସାଥୀ ଯବାନମାନେ ବାହାର ପଟୁ ତାଙ୍କୁ ଦଉଡି ସାହାଯ୍ୟରେ ଟାଣି ଆଣୁଛନ୍ତି । ଏନଡିଆରଏଫର ଏହି ପ୍ରସ୍ତୁତି ଓ ଡେମୋ, ଉଦ୍ଧାର କାର୍ଯ୍ୟ ଶୀଘ୍ର ଆରମ୍ଭ ହେବା ନେଇ ଆଶା ବଢାଉଛି ।