କନକ ବ୍ୟୁରୋ: ବାତ୍ୟା ‘ଫୋନି’ରେ ଉଜୁଡି ଯାଇଥିବା ଭୁବନେଶ୍ୱରକୁ ଦିନ ରାତି ଏକ କରି ପୁନଃରୁଦ୍ଧାରରେ ବ୍ୟସ୍ତ ଏନଡିଆରଏଫ୍ ଟିମ୍ । ହେଲେ ଯେତେବେଳେ ଅସହ୍ୟ ଖରାରେ କେହି ରାଜଧାନୀର ରାଜରାସ୍ତାକୁ ବାହାରି ପାରୁ ନାହାନ୍ତି ସେତେବେଳେ ଏମାନେ ଭାଙ୍ଗି ପଡ଼ିଥିବା ଭୁବନେଶ୍ୱର ମରାମତି କାମ ନିଷ୍ଠାପରତା ସହିତ କରୁଛନ୍ତି । ଆଉ ସେମାନଙ୍କ ସାଥ୍ ଦେବାକୁ ଆଗେଇ ଆସିଛନ୍ତି ବୈଭବ ମିଶ୍ର, ଅଂଶୁମାନ ରଥ ଏବଂ ସମ୍ବିତ୍ ନାୟକଙ୍କ ଭଳି ସ୍ଥାନୀୟ ଯୁବକ । ଆଉ ପ୍ରଚଣ୍ଡ ରୌଦ୍ର ତାପରୁ ସେମାନଙ୍କୁ ଟିକିଏ ଆସ୍ୱସ୍ଥି ଦେବା ପାଇଁ ବାଣ୍ଟିଛନ୍ତି ଥଣ୍ଡା ପାନୀୟ ଜଳ, କୋଲ୍ଡ ଡ୍ରିଂକ୍ସ ଏବଂ ଗ୍ଲୁକୋଜ୍ । ତେବେ ଏହି ଯୁବକମାନଙ୍କ ଏଭଳି କାର୍ଯ୍ୟକୁ ନେଇ ସୋସିଆଲ ମିଡ଼ିଆରେ ବେଶ୍ ପ୍ରଶଂସା କରାଯାଇଛି ।

Advertisment

ଅନ୍ୟପଟେ ‘ଫୋନି’ ପାଇଁ ଫାଇଟ୍ କରୁଥିବା ସମସ୍ତ ଏନଡିଆରଏଫ୍, ଓଡ୍ରାଫ୍, ଅଗ୍ନିଶମ କର୍ମଚାରୀ, ଦେବଦୂତ ସାଜି ବିଭିନ୍ନ ରାଜ୍ୟରୁ ଆସିଥିବା କର୍ମଚାରୀଙ୍କ ସୁରକ୍ଷା ପାଇଁ ଆମେ ସମସ୍ତେ ତାଙ୍କ ସାଥ୍ ଦେବାକୁ ମଧ୍ୟ ସୋସିଆଲ ମିଡ଼ିଆରେ ଅପିଲ କରିଛନ୍ତି ବୈଭବ ମିଶ୍ର । କହିଛନ୍ତି କି, ବିଜୁଳି ନଆସିବାରୁ ଆମେ ଏନଡ଼ିଆରଏଫ, ସେସୁ, ଓଏସଇସିଙ୍କ ଉପରେ ଦୋଷ ଦେଉଛୁ କିନ୍ତୁ ପ୍ରକୃତରେ ଗ୍ରଉଣ୍ଡ ଜିରୋରେ ଆମ ପାଇଁ ଏତେ ଖରାତରାରେ ଦିନରାତି ଏକ କରି ପୁନଃରୁଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ସେମାନଙ୍କ ପାଇଁ ମଧ୍ୟ ଆମର କିଛି କର୍ତ୍ତବ୍ୟ ରହିଛି । ତେଣୁ ଆମ୍ଭେମାନେ ସେମାନଙ୍କ ପାଇଁ ଆଗେଇ ଆସିବା ଦରକାର ।