‘ଫୋନି’କୁ ନେଇ ଆଗୁଆ ପଦକ୍ଷେପ । ଦୁଇଟି ଜିଲ୍ଲାରେ ପହଞ୍ଚିଲେ ଏନଡିଆରଏଫ୍ ଟିମ୍ । 

ବାତ୍ୟା ‘ଫୋନି’କୁ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।

672
କନକ ବ୍ୟୁରୋ:  ବାତ୍ୟା ‘ଫୋନି’କୁ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।  ଉଦ୍ଧାର ଓ ରିଲିଫ୍ କାର‌୍ୟ୍ୟ ପାଇଁ ଭୀଷଣ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକୁ ଏନଡିଆରଏଫ୍ ଟିମ୍ ପଠାଯାଇଛି । ବାତ୍ୟା ‘ଫୋନି’ କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ‘ଫୋନି’  ସିଭିୟର ଏକ୍ସ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଅତ୍ୟନ୍ତ ପ୍ରବଳ ବାତ୍ୟାରେ ପରିଣତ ହୋଇସାରିଛି । ଆଗକୁ ଏହା ଆହୁରି ଘନିଭୁତ ହେବ । ୩ ତାରିଖ ଅପରାହ୍ନରେ ଫୋନି ଓଡିଶା ଉପକୂଳ ଛୁଇଁବ । ସେତେବେଳେ ପବନର ବେଗ ଘଂଟା ପ୍ରତି ୧୮୦ରୁ ୧୯୦ କିଲୋମିଟର ରହିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ଏନଡିଆରଏଫର ତିନିଟି ଟିମ୍ ଜଗତସିଂହପୁର ଏବଂ ଦୁଇଟି ଟିମ୍ ଭଦ୍ରକ ପଠାଯାଇଛି।
ବାତ୍ୟା ‘ଫୋନି’ ଗୋପାଳପୁରରୁ ଚାନ୍ଦବାଲି ମଧ୍ୟରେ ପୁରୀ ଉପକୂଳ ଦେଇ ଅତିକ୍ରମ  କରିପାରେ । ଓଡ଼ିଶାର ସ୍ଥଳଭାଗ ଆଡ଼କୁ କ୍ରମେ ଅଗ୍ରସର ହେଉଥିବା ସାମୁଦ୍ରିକ ବାତ୍ୟା ‘ଫୋନି’ ପାଇଁ ସତର୍କତା ଅବଲମ୍ବନ ସ୍ୱରୂପ ମେ ଦୁଇ ତାରିଖରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ସୂଚନା ନ ମିଳିବାଯାଏଁ କୌଣସି ଶିକ୍ଷାନୁଷ୍ଠାନ ଖୋଲିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଉଦ୍ଧାର ଓ ରିଲିଫ୍ କାର‌୍ୟ୍ୟ ପାଇଁ ଭୀଷଣ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକୁ ଏନଡିଆରଏଫ୍ ଟିମ୍ ପଠାଇଲାଣି। ଏନଡିଆରଏଫର ତିନିଟି ଟିମ୍ ଜଗତସିଂହପୁର ଏବଂ ଦୁଇଟି ଟିମ୍ ଭଦ୍ରକ ଯାଇଛନ୍ତି।