ଦୁର୍ଘଟଣାର ପ୍ରଥମ ଆଲର୍ଟ ପଠାଇଥିଲେ ଏନଡିଆରଏଫ୍ ଯବାନ୍ । କରମଣ୍ଡଳ ଏକ୍ସପ୍ରେସରେ ଛୁଟିରେ ଘରକୁ ଯାଉଥିଲେ ଭେଙ୍କଟେସ୍

5,131

କନକ ବ୍ୟୁରୋ: କରମଣ୍ଡଳ ଦୁର୍ଘଟଣାର ପ୍ରଥମ ସୂଚନା ଯିଏ ଉଦ୍ଧାରକାରୀ ଦଳକୁ ଦେଇଥିଲେ ସେ ନିଜେ ଥିଲେ ଜଣେ ଏନଡିଆରଏଫ୍ ଯବାନ୍ । ସେ ଛୁଟିରେ କରମଣ୍ଡଳ ଏକ୍ସପ୍ରେସରେ ଘରକୁ  ଫେରୁଥିବାବେଳେ ଟ୍ରେନ ଦୁର୍ଘଟଣା ହୋଇଥିଲା । କିନ୍ତୁ ଭାଗ୍ୟକୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । କାରଣ ସେ କୋଚ-୍ ୭ରେ ଯାତ୍ରା କରୁଥିଲେ । ଦୁର୍ଘଟଣାରେ ଏହି କୋଚ୍ ଟ୍ରାକରୁ ବିଚ୍ୟୁତ ହୋଇଯାଇଥିଲେ ବି ଆଗ କୋଚ୍ ସହ ମାଡ ହୋଇନଥିଲା । ସେ ଥାର୍ଡ ଏସି କୋଚରେ ଥିବାବେଳେ ଅଳ୍ପକେ ବର୍ଞ୍ଚିଯାଇଥିଲେ ଭେଙ୍କଟେସ୍ ଏନକେ ।

 ଦୁର୍ଘଟଣାର ତୁରନ୍ତ ସୂଚନା ସେ ଏନଡିଆରଏଫର ବରିଷ୍ଠ ଅଧିକରୀଙ୍କୁ ଦେବା ସହ ଓଡିଶା ରେସ୍କ୍ୟୁ ଟିମକୁ ଦେଇଥିଲେ । ପ୍ରଥମେ ଘଟଣାସ୍ଥଳରେ ଏନଡିଆରଏଫ୍ ଟିମ ଆସି ପହଞ୍ଚିବା ପରେ ପରେ ରାଜ୍ୟ  ରେସ୍କ୍ୟୁ ଟିମ୍ ଆସି ପହଞ୍ଚିଥିଲା । ନିଜେ ଛୁଟିରେ ଥିଲେ ବି ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ହୋଇନଥିଲେ ଭେଙ୍କଟେସ୍ ବରଂ ରାତିର ଅନ୍ଧାରରେ ନିଜ ମୋବାଇଲ ଫୋନର ଲାଇଟରେ ଆହତଙ୍କୁ ଉଦ୍ଧାର କରିଥିଲେ ।