କନକ ବ୍ୟୁରୋ: କରମଣ୍ଡଳ ଦୁର୍ଘଟଣାର ପ୍ରଥମ ସୂଚନା ଯିଏ ଉଦ୍ଧାରକାରୀ ଦଳକୁ ଦେଇଥିଲେ ସେ ନିଜେ ଥିଲେ ଜଣେ ଏନଡିଆରଏଫ୍ ଯବାନ୍ । ସେ ଛୁଟିରେ କରମଣ୍ଡଳ ଏକ୍ସପ୍ରେସରେ ଘରକୁ ଫେରୁଥିବାବେଳେ ଟ୍ରେନ ଦୁର୍ଘଟଣା ହୋଇଥିଲା । କିନ୍ତୁ ଭାଗ୍ୟକୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । କାରଣ ସେ କୋଚ-୍ ୭ରେ ଯାତ୍ରା କରୁଥିଲେ । ଦୁର୍ଘଟଣାରେ ଏହି କୋଚ୍ ଟ୍ରାକରୁ ବିଚ୍ୟୁତ ହୋଇଯାଇଥିଲେ ବି ଆଗ କୋଚ୍ ସହ ମାଡ ହୋଇନଥିଲା । ସେ ଥାର୍ଡ ଏସି କୋଚରେ ଥିବାବେଳେ ଅଳ୍ପକେ ବର୍ଞ୍ଚିଯାଇଥିଲେ ଭେଙ୍କଟେସ୍ ଏନକେ ।
ଦୁର୍ଘଟଣାର ତୁରନ୍ତ ସୂଚନା ସେ ଏନଡିଆରଏଫର ବରିଷ୍ଠ ଅଧିକରୀଙ୍କୁ ଦେବା ସହ ଓଡିଶା ରେସ୍କ୍ୟୁ ଟିମକୁ ଦେଇଥିଲେ । ପ୍ରଥମେ ଘଟଣାସ୍ଥଳରେ ଏନଡିଆରଏଫ୍ ଟିମ ଆସି ପହଞ୍ଚିବା ପରେ ପରେ ରାଜ୍ୟ ରେସ୍କ୍ୟୁ ଟିମ୍ ଆସି ପହଞ୍ଚିଥିଲା । ନିଜେ ଛୁଟିରେ ଥିଲେ ବି ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ହୋଇନଥିଲେ ଭେଙ୍କଟେସ୍ ବରଂ ରାତିର ଅନ୍ଧାରରେ ନିଜ ମୋବାଇଲ ଫୋନର ଲାଇଟରେ ଆହତଙ୍କୁ ଉଦ୍ଧାର କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/06/5-4.jpg)