କନକ ବ୍ୟୁରୋ : ଜି-୨୦ ଶିଖର ସମ୍ମିଳନୀ ସମାପ୍ତ ହେବାର କିଛି ସମୟ ମଧ୍ୟରେ ଭାରତ ଚୀନକୁ ଏକ ବଡ ବାର୍ତ୍ତା ଦେଇଛି । ଭାରତ ତରଫରୁ ଲଦାଖର ନିୟୋମାରେ ବିଶ୍ୱର ସର୍ବୋଚ୍ଚ ଲଢୁଆ ବିମାନକ୍ଷେତ୍ର ନିର୍ମାଣ କରିବ ବୋଲି କହିଛି । ଏହି ପରିଯୋଜନାର ଶିଳାନ୍ୟାସ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଚଳିତମାସ ୧୨ ତାରିଖରେ ଜମ୍ମୁର ଦେବକ ବ୍ରିଜରେ କରିବେ ।

Advertisment

ସୀମାରେ ଚୀନ ସହ ଭାରତର ଲଗାତର ମୁହାଁମୁହିଁକୁ ନଜରରେ ରଖି ରକ୍ଷାମନ୍ତ୍ରଣାଳୟ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ବର୍ଡର ରୋଡ ଅର୍ଗାନାଇଜେସନ ତରଫରୁ ପୂର୍ବ ଲଦାଖର ମହତ୍ୱପୂର୍ଣ୍ଣ ନିୟୋମା ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ଏହି ଯୋଜନାରେ ୨୧୮ କୋଟି ଟଙ୍କା ଖର୍ଚ୍ଚ ହେବ ।

ଏନେଇ ରକ୍ଷାମନ୍ତ୍ରୀ ରାଜନାଥ ସିଂ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ଟ୍ୱିଟ କରି କହିଛନ୍ତି କି ଦିଲ୍ଲୀରେ ଐତିହାସିକ ଜି-୨୦ ଶିଖର ସମ୍ମିଳନୀ ସଫଳତାର ସହ ସମ୍ପର୍ଣ୍ଣ ହୋଇଛ ିା ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶି ନେତୃତ୍ୱରେ ଭାରତ ଅଧ୍ୟକ୍ଷତାରେ ସାରା ବିଶ୍ୱରେ ଏକ ଛବି ଛାଡିବାରେ ସଫଳ ହୋଇଛି ।