ବଢୁଛି କରୋନା ସଂକ୍ରମଣ : ୨୪ ଘଂଟାରେ ଦେଶରେ ୫୮୭ ମୃତ, ୩୭ ହଜାର ୧୪୮ ଆକ୍ରାନ୍ତ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ସାଢେ ୧୧ ଲକ୍ଷ ପାର; ମୃତ୍ୟୁ ୨୮ ହଜାର ଉପରେ

183

କନକ ବ୍ୟୁରୋ : ଗତ ୨୪ ଘଂଟାରେ ଦେଶରେ ୩୭ ହଜାର ୧୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣରେ ଯାଇଛି ୫୮୭ ଟି ଜୀବନ । ୩୭ ହଜାରରୁ ଅଧିକ ଆକ୍ରାନ୍ତ ସହିତ ଦେଶରେ ୧୧ ଲକ୍ଷ ୫୫ ହଜାର ଅତିକ୍ରମ କରିଛି କରୋନା ଆକ୍ରାନ୍ତ ସଂଖ୍ୟା । ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୫୫ ହଜାର ୧୯୧କୁ ବୃଦ୍ଧି ହୋଇଛି । ମୋଟ୍ ମୃତ୍ୟୁ ସଂଖ୍ୟା ୨୮ ହଜାର ୮୪କୁ ବୃଦ୍ଧି ହୋଇଛି । ଦେଶରେ ଏବେ ୪୦ ଲକ୍ଷ ୨ ହଜାର ୫୨୯ ଜଣ ଆକ୍ଟିଭ୍ ମାମଲା ରହିଛି । ୭ ଲକ୍ଷ ୨୪ ହଜାର ୫୭୭ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଲେଣି ।

ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୬୯୬ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୫୮ ଜଣ, ବିହାରରେ ୨୧୭ ଜଣ , ଚଣ୍ଡିଗଡ଼ରେ ୧୨ ଜଣ, ଛତିଶଗଡ଼ରେ ୨୫ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୩୬୬୩ ଜଣ, ଗୋଆରେ ୨୩ ଜଣ, ଗୁଜରାଟରେ ୨୧୬୨ ଜଣ, ହରିୟାଣାରେ ୩୫୫ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୨୫୪ ଜଣ , ଝାଡ଼ଖଣ୍ଡରେ ୫୩ ଜଣ, କର୍ଣ୍ଣାଟକରେ ୧୪୦୩ ଜଣ, କେରଳରେ ୪୩ ଜଣ, ଲଦାଖରେ ୨ ଜଣ, ମଧ୍ୟପ୍ରଦେଶରେ ୭୩୮ ଜଣ, ମହାରାଷ୍ଟ୍ରରେ ୧୨୦୩୦ ଜଣ, ମେଘାଳୟରେ ୪ ଜଣ, ଓଡ଼ିଶାରେ ୯୭ ଜଣ, ପୁଦ୍ଦୁଚେରୀରେ ୨୯ ଜଣ, ପଞ୍ଜାବରେ ୨୬୨ ଜଣ, ରାଜସ୍ଥାନରେ ୫୬୮ ଜଣ, ତାମିଲନାଡୁରେ ୨୫୫୧ ଜଣ, ତେଲେଙ୍ଗାନାରେ ୪୨୨ ଜଣ, ତ୍ରିପୁରାରେ ୭ ଜଣ, ଉତ୍ତରାଖଣ୍ଡରେ ୫୫ ଜଣ, ଉତ୍ତରପ୍ରଦେଶରେ ୧୧୯୨ ଜଣ ଏବଂ ପଶ୍ଚମବଙ୍ଗରେ ୧୧୪୭ ଜଣ ।