ଦେଶରେ କରୋନା ମିଟର ଉପରମୁହାଁ : ପୁଣି ଦିନକରେ ୧,୨୬,୭୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮୫ ମୃତ

119

କନକ ବ୍ୟୁରୋ : ଏପ୍ରିଲରେ କରୋନାର ଉର୍ଦ୍ଧ୍ବଗତି ଜାରି ରହିଛି । ପୁଣି ଦେଶରେ ଗୋଟିଏ ଦିନରେ ୧ ଲକ୍ଷରୁ ଅଧିକ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟା ଭିତରେ ସାରା ଦେଶରେ ୧ ଲକ୍ଷ ୨୬ ହଜାର ୭୮୯ କରୋନା ସଂକ୍ରମିତ ଚିହ୍ନଟ ହେବା ସହ ଦୈନିକ ସଂକ୍ରମଣରେ ନୂଆ ରେକର୍ଡ ସୃଷ୍ଟି ହୋଇଛି ।

ସେହିପରି ଗତ ୨୪ ଘଂଟା ଭିତରେ ଦେଶରେ ୬୮୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଏହି ସମୟ ଭିତରେ ୫୯ ହଜାର ୨୫୮ ଜଣ କରୋନାରୁ ସୁସ୍ଥ ହୋଇଥିବାରୁ ବର୍ତମାନ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୧୦ ହଜାର ୩୧୯ରେ ପହଂଚିଛି । ଗତକାଲି ୧ ଲକ୍ଷ ୧୫ ହଜାର ୭୩୬ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହା ପୂର୍ବରୁ ଗତ ୩ ତାରିଖରେ ୧ ଲକ୍ଷ ୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୯,୧୦,୩୧୯ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୯,୦୧,୯୮,୬୭୩ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ‘ଆଇସିଏମ୍‌ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଏପ୍ରିଲ୍‌ ୭ ସୁଦ୍ଧା ସମୁଦାୟ ୨୫,୨୬,୭୭,୩୭୯ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୧୨,୩୭,୭୮୧ଟି ନମୁନା ।