ଦେଶରେ କରୋନା ମୃତ୍ୟୁସଂଖ୍ୟା ୪୩୭ରେ ପହଞ୍ଚିଲା: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୮୭ ଛୁଇଁଲା; ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟପ୍ରଦେଶ, ଗୁଜୁରାଟ ଓ ରାଜସ୍ଥାନର ସ୍ଥିତି ଚିନ୍ତାଜନକ

ଏଥିରେ ୧୧,୨୦୧ ଜଣ ଚିକିତ୍ସିତ ହୋଇଥିବା ବେଳେ ୧୭୪୮ ଜଣ ସୁସ୍ଥ ହେଲେଣି

227

କନକ ବ୍ୟୁରୋ: ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୧୩ ହଜାର ଅତିକ୍ରମ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ବର୍ତମାନ ସୁଦ୍ଧା ଦେଶରେ ୧୩ ହଜାର ୩୮୭ ଜଣ ଆକ୍ରାନ୍ତ ଅଛନ୍ତି । ଏବଂ ମୃତ୍ୟୁ ସଂଖ୍ୟା ୪୩୭ରେ ପହଁଚିଛି । ୧୭୪୯ ଜଣ ସୁସ୍ଥ ହୋଇଛନ୍ତି । ଅର୍ଥାତ ଏବେ ୧୧ ହଜାର ୨୦୧ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏପରି ସ୍ଥିତିରେ ଦେଶରେ ଦୁଇଟି ରାଜ୍ୟର କରୋନା ସ୍ଥିତି ଏବେ ସବୁଠାରୁ ଅଧିକ ଚିନ୍ତାଜନକ ଆଡକୁ ଗତି କରୁଛି । ଏହି ଦୁଇଟି ରାଜ୍ୟ ହେଉଛନ୍ତି ମଧ୍ୟପ୍ରଦେଶ ଓ ଗୁଜରାଟ ।

ମଧ୍ୟପ୍ରଦେଶରେ ୧ ହଜାର ୧୨୦ରେ ପହଁଚିଛି ଓ ଗୁଜୁରାଟରେ ୯୩୦ରେ ପହଁଚିଛି । ସେହିପର ମଧ୍ୟପ୍ରଦେଶରେ ମୃତକଙ୍କ ସଂଖ୍ୟା ୫୩ ଛୁଇଁଥିବାବେଳେ ଗୁଜରାଟରେ ମୃତକଙ୍କ ସଂଖ୍ୟା ୩୬ରେ ପହଁଚିଛି । ଏହି ଦୁଇ ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଚାନକ ବୃଦ୍ଧି ପାଇଛି । ଯାହାକି ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି । ସେପଟେ ମହାରାଷ୍ଟ୍ରରେ ଆକ୍ରାନ୍ତ ସଂଖ୍ୟା ୩ ହଜାର ୨୦୫ରେ ପହଁଚିଛି । ଚିନ୍ତାଜନକ କଥା ମହାରାଷ୍ଟ୍ରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୪ ରେ ପହଁଚିଗଲାଣି । ଦିଲ୍ଲୀରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୧ହଜାର ୬୪୦ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୩୮ରେ ପହଁଚିଛି ।