କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ବିରୋଧୀ ମେଂଟ ଜୋରଦାର ପ୍ରୟାସ କରୁଛି । ପ୍ରଥମ ବୈଠକ ବିହାର ଓ ଦ୍ୱିତୀୟ ବୈଠକ ବେଙ୍ଗାଲୁରୁରେ ଆୟୋଜିତ ହୋଇଥିବାବେଳେ ତୃତୀୟ ବୈଠକ ମୁମ୍ବାଇରେ ହେବାକୁ ଯାଉଛି । ଏହାରି ଭିତରେ ଇଣ୍ଡିଆ ମେଂଟର ଦଳମାନେ ମୁମ୍ବାଇରେ ପହଁଚ ସାରିଲେଣି । ସୂଚନା ଅନୁସାରେ ମୁମ୍ବାଇର ପଂଚତାରକା ହୋଟେଲ ଗ୍ରାଣ୍ଡ ହାୟାତରେ ହେବ ଇଣ୍ଡିଆ ମେଂଟର ମେଳି । ସେପଟେ  ୩୧ ତାରିଖରେ ଶିବସେନା ଉଦ୍ଧବ ଗୋଷ୍ଠୀ ପକ୍ଷରୁ ଡିନର ପାର୍ଟିର ଆୟୋଜନ କରାଯାଇଛି । ଯେଉଁଥିରେ ଏନସିପି ପ୍ରତିଷ୍ଠାତା ଶରଦ ପାୱାର ସାମିଲ ହେବେ ବୋଲି ଜଣାପଡିଛି   ।

Advertisment

ଇଣ୍ଡିଆ ମେଂଟର ଏହି ବୈଠକ ବେଶ ଗୁରୁତ୍ୱ ବହନ କରୁଛି । ସୂଚନା ଅନୁସାରେ ବୈଠକରେ ମେଂଟର ସଂଯୋଜକଙ୍କ ନାଁ ଘୋଷଣାଠୁ ନେଇ ଲୋଗୋ ଉନ୍ମୋଚନ ହୋଇପାରେ । ଏଥିସହ ଆସନ ଭାଗବଂଟା ଊପରେ ମଧ୍ୟ ଚର୍ଚ୍ଚା କରିବେ ଇଣ୍ଡିଆ ମେଂଟରେ ସାମିଲ ଦଳ ।

ଗୋଟେ ପରେ ଘନ ଘନ ବୈଠକ କରି ବିରେୀଧୀ ମେଂଟ ବିଜେପିକୁ ଶାସନ ଚ୍ୟୁତ କରିବା ପାଇଁ ପ୍ରୟାସ କରୁଥିବାବେଳେ ଅନ୍ୟପଟେ ଏନଡିଏ ମଧ୍ୟ ନିଜର ପ୍ରସ୍ତୁତି ଜୋରଦାର କରୁଛି । ଯଦି ଇଣ୍ଡିଆ ମେଂଟ ଗଛର ଡାଳେ ଡାଳେ ଯାଉଛି ଏନଡିଏ ମେଂଟ ପତ୍ର ପତ୍ରରେ ଯାଇ ନିଜର ରଣନୀତୀ  ପ୍ରସ୍ତୁତି କରିଛି । ସୂଚନା ଅନୁସାରେ ସେପ୍ଟେମ୍ବର ଏକ ତାରିଖରେ ଏନଡିଏର ବୈଠକ ଡକାଯାଇଛି । ଏଥିରେ ଶିବସେନା ସିନ୍ଦେ ଗୋଷ୍ଠୀ ସାମିଲ ହେବେ  ।

ସବୁୁଠୁ ବଡ କଥା ହେଉଛି ଇଣ୍ଡିଆ ମେଂଟର ବୈଠକକୁ ଅନୁକରଣ କରି ବୋଧହୁଏ ଏନଡିଏ ବୈଠକ କରୁଛି । ଜୁଲାଇ ୩୧ରେ ବସିଥିବା ଇଣ୍ଡିଆ  ବୈଠକ ଦିନ ଏନଡିଏ ମଧ୍ୟ ବୈଠକ କରି ଶକ୍ତି ପ୍ରଦର୍ଶନ କରିଥିଲା । ଯେଉଁଥିରେ ୩୮ଦଳ ସାମିଲ ହୋଇଥିଲେ । ପୁଣି ଥରେ ସେପ୍ଟେମ୍ବର ୧ରେ ଉଭୟ ମେଂଟ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ବାହାରିଛନ୍ତି ।