ସଂସଦ ଅଭିମୁଖେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଆଜି ଭରିବେ ନାମାଙ୍କନ, ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ

Advertisment
ଦେଶର ପଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ହେବେ ଦୌପଦୀ ମୁର୍ମୁ : ସଂଖ୍ୟା ଗଣିତରେ ବିରୋଧୀ ପ୍ରାର୍ଥୀଙ୍କ ଠାରୁ ବେଶ ଆଗରେ ଏନଡିଏ

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କରିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ  । ନାମାଙ୍କନ ଭରିବା ପାଇଁ ସଂସଦ ଭବନ ଅଭିମୁଖେ ବାହାରି ଯାଇଛନ୍ତି ଦ୍ରୌପଦୀ ମୁର୍ମୁ । ଦିନ ୧୨ଟାରେ ରାଜ୍ୟସଭା ସେକ୍ରେଟାରୀ ଜେନେରାଲଙ୍କ ପ୍ରକୋଷ୍ଠରେ ନାମାଙ୍କନ ଦାଖଲ କରିବେ  । ନାମାଙ୍କନ ପତ୍ରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ୱାନ ପ୍ରଥମ ପ୍ରସ୍ତାବକ ଭାବେ ଦସ୍ତଖତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାମାଙ୍କନ ସମୟରେ ଉପସ୍ଥିତ ରହିବେ ।

ଏଥିସହ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ । ଓଡିଶା ବିଜେପିର ୧୨ ବିଧାୟକ ମଧ୍ୟ ଉପସ୍ଥିତ ରହିବେ । ସବୁଠାରୁ ବଡ କଥା ହେଉଛି, ଦ୍ରୌପଦୀଙ୍କ ପ୍ରସ୍ତାବଙ୍କ ମଧ୍ୟରୁ ବିଜେଡିର ଦୁଇ ପ୍ରସ୍ତାବକ ରହିବେ । ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଦ୍ରୌପଦୀଙ୍କ ନାମାଙ୍କନ ପତ୍ରରେ ପ୍ରସ୍ତାବକ ଭାବେ ଦସ୍ତଖତ କରିବେ । ଏ ନେଇ ଆଗରୁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦୁଇ ମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ସହ ଦିଲ୍ଲୀ ଯାଇଛନ୍ତି । ଅନ୍ୟପଟେ ରାଜ୍ୟ ବିଜେପିର ୧୨ ବିଧାୟକ ଦିଲ୍ଲୀ ଗସ୍ତ କରିଛନ୍ତି  । ଏମାନେ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ବେଳେ ଉପସ୍ଥିତ ରହିବେ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe