ପପୁ ଯାଦବଙ୍କ ଗିରଫଦାରୀକୁ ନେଇ ବିହାର ଏନଡିଏ ମେଣ୍ଟରେ ଫାଟ । ଜୀତନରାମ ମାଂଝୀ ଓ ମୁକେଶ ମଲ୍ଲହାଙ୍କ ବିରୋଧ

323

କନକ ବ୍ୟୁରୋ : ବିହାରର ଲୋକପ୍ରିୟ ନେତା ପପୁ ଯାଦବଙ୍କ ଗିରଫଦାରୀକୁ ନେଇ ବିହାର ରାଜନୀତି ଏବେ ସରଗରମ ହେବାରେ ଲାଗିଛି । ପପୁଙ୍କ ଗିରଫ୍ କୁ ନେଇ ନୀତିଶ ସରକାରର ଦୁଇ ସହଯୋଗୀ ଦଳ ନେତାଙ୍କର ଅଲଗା ଅଲଗା ରାୟ ଆସୁଛି । ନୀତିଶ ସରକାରରେ ସହଯୋଗୀ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ ମାଂଝୀ ଓ ଅନ୍ୟ ସହଯୋଗୀ ମୁକେଲ ମଲ୍ଲହା କହିଛନ୍ତି କି ପପୁ ଯାଦବ ଜଣେ ଜନପ୍ରତିନିଧି ଓ ସେ ବିହାରର ଲୋକପ୍ରିୟ ନେତା । ଏଭଳି ବି ସେ କରୋନା ସମୟରେ ଲୋକଙ୍କ ପାଇଁ କାମ କରୁଥିଲେ । ଏଭଳି ଜଣେ ନେତାଙ୍କୁ ଗିରଫ୍ କରିବା ଅର୍ଥ ମାନବିକତାକୁ ବଳି ଦେବା । ଏହାସହ ମୁକେଶ ସଲ୍ଲାହା କହିଛନ୍ତି କି ପପୁଙ୍କୁ ଗିରଫ କରିବା ଅସମ୍ବେଦନଶୀଳ ।

କହିରଖୁ କି ବିହାରର ପୂର୍ବତନ ସାଂସଦ ତଥା ଜନ ଅଧିକାର ପାର୍ଟି(ଜା.ପ) ର ଅଧ୍ୟକ୍ଷ ରାଜଶେ ରଂଜନ ଓରଫ ପପୁ ଯାଦବଙ୍କୁ ମଙ୍ଗଳବାର ସକାଳେ ଗିରଫ କରାଯାଇଛି । ସେ ନିଜେ ଟ୍ୱିଟ ଯୋଗେ ତାଙ୍କ ଗିରଫଦାରୀର ସୂଚନା ଦେଇଥିଲେ । ସେ ଟ୍ୱିଟରେ ଲେଖିଥିଲେ କି, ତାଙ୍କୁ ଗିରଫ୍ କରାଯାଇ ପାଟନାର ଗାନ୍ଧୀ ମୈଦାନ ଥାନାକୁ ଅଣାଯାଇଛି । ସୂଚନା ମୁତାବକ ତାଙ୍କ ଉପରେ ସରକାରୀ କାମରେ ବାଧା ଦେବା ଓ ଲକଡାଉନ ନିୟମ ଉଲଙ୍ଘନ କରିବା ଭଳି ଅଭିଯୋଗ ରହିଛି ।

କହିରଖୁ କି ପପୁ ଯାଦବ ବିଜେପି ସାଂସଦ ରାଜୀବ ପ୍ରତାପ ରୁଡ୍ଡିଙ୍କ ନିକଟରେ ଅନେକ ଆମ୍ବୁଲାନ୍ସ ଥିବା କଥା ଖୋଲାସା କରିଥିଲେ । ଏହାପରେ ଏନେଇ ପପୁ ଯାଦବ ଓ ବିଜେପି ନେତାଙ୍କ ମଧ୍ୟରେ ବୟାନବାଜୀ ଜୋର ଧରିଥିଲା । ରାଜୀବ ପ୍ରତାପ ରୁଡ୍ଡୀ ଆମ୍ବୁଲାନ୍ସ ମହଜୁଦ ରଖିବାର କାରଣ ଭାବେ ଡ୍ରାଇଭରଙ୍କ ଅଭାବ ନେଇ କାରଣ ରଖିôଥିବା ବେଳେ ପପୁ ଯାଦବ ତୁରନ୍ତ ୪୦ ଜଣ ଡ୍ରାଇଭର ନେଇ ସେଠାରେ ପହଂଚିଥିଲେ । ଏଭଳି ଭାବେ ଟକରା ଟକରୀ ଚାଲିଥିବା ବେଳେ ପପୁ ଯାଦବଙ୍କୁ ଆଜି ସାକଳୁ ଗିରଫ୍ କରାଯାଇଛି ।