କୃଷକଙ୍କ ଭିଡ ଦେଖି ଚମକିଲେଣି ସରକାର । ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଘରେ ବରିଷ୍ଠ ନେତାଙ୍କ ବୈଠକ ।

263

କନକ ବ୍ୟୁରୋ : କେନ୍ଦ୍ରସରକାରଙ୍କ ନୂତନ କୃଷି ବିଲ୍ କୁ ବିରୋଧ କରି ଦିଲ୍ଲୀ ତଥା ତା’ର ଆଖପାଖ ଅଞ୍ଚଳରେ ଏବେ ଅସମ୍ଭବ ଭିଡ ଦେଖିବାକୁ ମିଳିଛି । କୃଷକ ମାନେ ଏହି କାନୁନକୁ କଳା ଆେଇନ କହି ଏହାକୁ ସରକାର ତୁରନ୍ତ ଫେରସ୍ତ କରିନେବାକୁ ଦାବିରେ ଅଡି ବସିଛନ୍ତି  । ଏନେଇ କେନ୍ଦ୍ରଗୃହମନ୍ତ୍ରୀ ଦେଇଥିବା ସର୍ତ୍ତମୂଳକ ଆଲୋଚନାକୁ ଅଗ୍ରାହ୍ୟ କରିଦେଇଛନ୍ତି କୃଷକ ସଂଗଠନ ମାନେ । କୃଷକ ମାନଙ୍କର ନଛୋଡବନ୍ଧା ବିରୋଧ ଫଳରେ ସରକାର ଏବେ ନତମତସ୍କ ହେବା ଭଳି ଲକ୍ଷ୍ୟ କରାଯାଉଛି । ଶାହାକୁ ପ୍ରସ୍ତାବକୁ ଗୃଷକ ମାନେ ଅଗ୍ରାହ୍ୟ କରିଦେବା ପରେ ଏବେ ଏନଡିଏ ଭିତରେ ଛନକା ପଶିଛି । ରବିବାର ରାତିରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ବାସଭବନରେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ୍ ସିଂ ଓ କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମାରଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଅନୁଷ୍ଠିତ ହୋଇଥିବା ଏହି ବୈଠକରେ କୃଷକ ମାନଙ୍କ ଦାବି ଉପରେ ଆଲୋଚନା ହୋଇଥିବା ଜଣାପଡିଛି । ଏହି ବୈଠକ ପାଖା ପାଖି ୨ ଘଂଟା ଧରି ଚାଲିଥିବା ସୂଚନା ମିଳିଛି । କହିରଖୁ କି ରବିବାର ସକାଳେ କୃଷକ ସଂଗଠନ ମାନଙ୍କର ନେତା ମାନଙ୍କୁ ନେଇ କୃଷକ ମାନେ ଏକ ବୈଠକ କରିଥିଲେ । ଏହି ବୈଠକ ପରେ କୃଷକ ନେତା ମାନେ କହିଥିଲେ ସରକାର ଆମ ସହିତ ଆଲୋଚନା କରିବାକୁ ସର୍ତ୍ତ ରଖିଛନ୍ତି । ଆମେ ଦିଲ୍ଲୀ, ପଞ୍ଜାବ, ହରିଆଣା ଓ ଉତ୍ତରପ୍ରଦେଶର ସୀମାରେ ଆନ୍ଦୋଳନ ଜାରୀ ରଖିଛୁ । ସରକାର ଏହା ଭାବିବା ଛାଡି ଦିଅନ୍ତୁ କି ସେମାନେ ଆମକୁ ନୂତନ କୃଷିବିଲ୍ ରେ କୃଷକ ମାନେ କ’ଣ ଲାଭ ପାଇବେ ତାକୁ ବୁଝାଇବାକୁ । ସେମାନେ ଏବେ ଚେଷ୍ଟା କରନ୍ତୁ ଯେ କିଭଳି ନୂତନ କୃଷିବିଲ୍ କୁ ପ୍ରତ୍ୟାହାର କରିବେ । ଏଭଳି କୃଷକ ନେତା ମାନଙ୍କର ବୟାନ ପରେ ସରକାର ହରଡଘଣାରେ ପଡିଛନ୍ତି ।